ଭୋଜି ଖାଇବାକୁ ଯାଇଥିଲେ, ବିଲରୁ ମିଳିଲା ଶବ: ହତ୍ୟା ଅଭି‌ଯୋଗ ପରେ ୨ ଅଟକ

Advertisment
ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍‌ଏସି ୧୩ ନମ୍ୱର୍ ୱାର୍ଡ଼ ବାଲୁପାଙ୍ଗା କେନାଲ ସାହିର ଜଳେଶ୍ଵର ପ୍ରଧାନ ଗତକାଲି ଭୋଜି ଖାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଆଜି ତାଙ୍କ ଶବ ଘରଠୁ କିଛି ଦୂର ବିଲରୁ ସନ୍ଦେହଜନକ ଅବସ୍ଥାରେ ମିଳିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣିବା ପରେ ଘୁ.ଉଦୟଗିରି ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜଳେଶ୍ବରଙ୍କ ଝିଅର ଏତଲା କ୍ରମେ କେସ୍ ନମ୍ବର ୯୩/୨୨ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ଏସ୍‌ଆଇ ସ୍ବାଗତିକା ବେହେରା ଏହାର ତଦନ୍ତ କରୁଥିବା ଭାରପ୍ରାପ୍ତ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ଜଳେଶ୍ଵର ଦାରିଙ୍ଗବାଡ଼ି ଥାନା ପକାରି ଗ୍ରାମକୁ କିଛି ଲୋକଙ୍କ ସହିତ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରିବା ସହ ତାଙ୍କ ସହଯୋଗୀଙ୍କୁ ବି ଫୋନ୍ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ବିଳମ୍ବତ ରାତି ୨ଟା ବେଳେ ଝିଅ ଘରୁ ବାହାରିଥିବା ବେଳେ ୪୦ରୁ ୫୦ ମିଟର ଦୂରରେ ଥିବା ଏକ ବିଲରେ ଜଳେଶ୍ବରଙ୍କ ଶବ ପଡ଼ିଥିବା ଦେଖି ଅବାକ୍ ହୋଇଯାଇଥିଲେ। ଜଳେଶ୍ବରଙ୍କ ମୁହଁ ଫୁଲିଯାଇଥିବା ସହ ପାଟି ଓ ନାକରୁ ପ୍ରବଳ ରକ୍ତ ବାହାରୁଥିଲା। ସକା‌ଳେ ଏସ୍‌ଡିପିଓ ତିରୁପତି ରାଓପଟ୍ଟନାୟକ ଓ ଘୁ.ଉଦୟଗିରି ଥାନାର ଏକ ଟିମ୍ ଏବଂ ସାଇଣ୍ଟିଫିକ୍ ଟିମ୍  ପହଞ୍ଚି ତଦନ୍ତ କରିଥିଲେ।

ତେବେ ଜଳେଶ୍ବରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଝିଅ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଗ୍ରାମର ତିନିରୁ ଚାରିଜଣ ବ୍ୟକ୍ତି ତାଙ୍କୁ ଭୋଜିକୁ ଯିବା ଲାଗି ଡାକିଥିଲେ। ଏହାସହ ପୂର୍ବ ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହତ୍ୟା ଧମକ ବି ମିଳିଥିଲା। ତେଣୁ ଯୋଜନାବଦ୍ଧ ଭାବେ ଜଳେଶ୍ବରଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଝିଅ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe