ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ଗୋଟିଏ ଦିନରେ ଦୁଇଟି ଅଘଟଣ : ଦମ୍ପତିଙ୍କୁ ହତ୍ୟା, ମର୍ମନ୍ତୁଦ ଦୁର୍ଘଟଣା; ୫ ମୃତ

Advertisment

ଗୁଣି ସନ୍ଦେହରେ ପତିପତ୍ନୀଙ୍କୁ ଛୁରି ଭୁସି ମାରିଦେଲେ, ଘଟଣାସ୍ଥଳକୁ ଗଲାବେଳେ ଦୁର୍ଘଟଣାରେ ୩ ସମ୍ପର୍କୀୟ ମୃତ

ଗୁଣି ସନ୍ଦେହରେ ପତିପତ୍ନୀଙ୍କୁ ଛୁରି ଭୁସି ମାରିଦେଲେ, ଘଟଣାସ୍ଥଳକୁ ଗଲାବେଳେ ଦୁର୍ଘଟଣାରେ ୩ ସମ୍ପର୍କୀୟ ମୃତ

ସାବଧାନ୍! ରାଜଧାନୀରେ ଅପରାଧୀ ମାତିଲେଣି

aajtak.intoday.in

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ଗୋଟିଏ ଦିନରେ ଦୁଇ ଦୁଇଟି ଅଘଟଣ ଘଟି ପାଞ୍ଚ ଜଣଙ୍କ ଜୀବନ ଯାଇଛି। ଗୁଣି ସନ୍ଦେହରେ କିଛି ଦୁର୍ବୃତ୍ତ ବଗଡ଼ ଚାଷକୁ ଜଗିଥିବା ଜଣେ ଯୁବକ ଓ ତାଙ୍କ ପତ୍ନୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ କବଳିତ କରିବା ପରେ ଅତ୍ୟନ୍ତ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଛନ୍ତି। ଅନ୍ୟପଟେ ଏହି ହତ୍ୟା ଖବର ପାଇ ସେମାନଙ୍କୁ ଦେଖିବାକୁ ଘଟଣାସ୍ଥଳକୁ ବାଇକ୍‌ରେ ଯାଉଥିବା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବାରୁ ମୃତ ଦମ୍ପତିଙ୍କ ତିନି ଜଣ ସଂପର୍କୀୟ ପ୍ରାଣ ହରାଇଛନ୍ତି।

ମୋହନା ବ୍ଲକ୍‌ କର୍ଚ୍ଚବାଡ଼ି ପଞ୍ଚାୟତରେ ଘଟିଥିବା ଏହି ଡବଲ୍‌ ମର୍ଡ‌ରରେ ଗପଟିମା ଗ୍ରାମର ପଟ୍ର ମଳିକ(୪୫) ଓ ତାଙ୍କ ପତ୍ନୀ ସବିତା ମଳିକ(୩୦) ପ୍ରାଣ ହରାଇଥିବାବେଳେ ସେମାନଙ୍କୁ ଦେଖିବାକୁ ଘଟଣାସ୍ଥଳକୁ ମୋଟର ସାଇକଲରେ ଯାଉଥିବା ୩ ସମ୍ପର୍କୀୟ ରାମାନାଜୁ ଗ୍ରାମର ସୁଧୀର ମଳିକ(୪୨), ରାଜେନ୍ଦ୍ର ମଳିକ(୪୩) ଓ ହୁଏରୀ ଗ୍ରାମର ରାମ ମଳିକ(୪୫) ରାଇସିଂ ଘାଟି ଗଡ଼ିବା ବେଳେ ଏକ ପିକ୍ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କାରେ ପ୍ରାଣ ହରାଇଛନ୍ତି।

ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ମୋହନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏ ନେଇ ମୋହନା ଥାନା କେସ ନ˚ ୪୪/୨୦୨୦ ପ୍ରକାରେ ମକଦ୍ଦମା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲୁ ରହିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଧର୍ମ ପରିବର୍ତ୍ତନ ଓ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଏହା ଘଟିଥିବା ଅନୁମାନ କରାଯାଉଛି।

ଗପଟିମାର ପଟ୍ର ଓ ସବିତା ନିଜ ଗ୍ରାମଠାରୁ ଏକ କିଲୋମିଟର ଦୂର କୁଡିମାହା ପାହାଡ଼ରେ ବଗଡ଼ ଚାଷ କରି ପେଟ ପୋଷୁଥିଲେ। ସବୁଦିନ ଭଳି ଆଜି ସକାଳେ ମଧ୍ୟ ସେମାନେ ବଗଡ଼କୁ ଯାଇଥିଲେ। ସକାଳ ପ୍ରାୟ ୮ଟା ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ସେଠାରେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ପ୍ରଥମେ‌ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ। ତାପରେ ଦୁହିଁଙ୍କ ଛୁରିରେ ଭୁସି ହତ୍ୟା କରିଥି‌ବା ଅନୁମାନ କରାଯାଉଛି। ତେନ୍ତୁଳିଗଛ ମୂଳରେ ପଟ୍ରର ଶବ ପଡ଼ି ରହିଥିବା ବେଳେ ୫୦ /୬୦ ମିଟର ଦୂରରେ ସବିତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଠାବ କରାଯାଇଛି।

ପଟ୍ର ପୂର୍ବରୁ ହିନ୍ଦୁଧର୍ମ ଗ୍ରହଣ କରିଥିଲେ। ଅ˚ଚଳର କେହି କୌଣସି ରୋଗରେ ଆକ୍ରାନ୍ତ ହେଲେ ତାଙ୍କୁ ଚେରମୂଳି ଔଷଧ ଦେଇ ଭଲ କରୁଥିଲେ। ଏହାକୁ ନେଇ କିଛି ତାଙ୍କୁ ଗୁଣି କରୁଥିବା ନେଇ ସନ୍ଦେହ କରୁଥିଲେ। ଲୋକଙ୍କ ସନ୍ଦେହରୁ ରକ୍ଷା ପାଇବା ପାଇଁ ସେ ପରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। କିଛି ଦିନ ଖ୍ରୀଷ୍ଟ ଧର୍ମ ଗ୍ରହଣ କରି ଜୀବନ ବିତାଇବା ପରେ ପୁଣି କିଛି ଦିନ ହେଲା ସେ ହିନ୍ଦୁଧର୍ମ ଗ୍ରହଣ କରିଥିଲେ। ଏହାକୁ ନେଇ ହୁଏତ କେହି ତାଙ୍କୁ ପୂର୍ବ ପ୍ରକାରେ ଗୁଣି କରୁଛନ୍ତି ବୋଲି ସନ୍ଦେହ କରି ଏଭଳି ଘଟଣା ଭିଆଇଥିବା ଅନୁମାନ କରାଯାଉଛି।

ପଟ୍ରଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ବର୍ଷ ହେବ ସେ ଜେନାଖାଲ ଗ୍ରାମରୁ ଦ୍ବିତୀୟ ପତ୍ନୀ ଗ୍ରହ କରିଥିଲେ। ପ୍ରଥମ ପତ୍ନୀଙ୍କ ୩ ଜଣ ପୁଅ ଅଛନ୍ତି । ସେଥି ମଧ୍ୟରୁ ଦୁଇଟି ପୁଅ ବାହାରେ ରହୁଥିବା ବେଳେ ପରମଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ପୁଅ ସ˚ଜୀବ ମଳିକ(୯) ଗତ କାଲି ଗପଟିମା ଗ୍ରାମରେ ପୂଜା ପର୍ବ ଚାଲିଥିବା ଯୋଗୁଁ ସେ ବାପାମା’ଙ୍କ ସହ ଆଜି ଆଉ ବଗଡ଼କୁ ଯାଇ ନଥିଲା।

ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପରେ ଏମାନଙ୍କୁ ଦେଖିବା ପାଇଁ ଆସୁଥିବା ସୁଧୀର, ରାଜେନ୍ଦ୍ର ଓ ରାମଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe