ହତ୍ୟା କରି ପୋଡ଼ି ଦେଲେ

Advertisment
ହତ୍ୟା କରି ପୋଡ଼ି ଦେଲେ

ଭେଡ଼େନ: ଯୁବକକୁ ହତ୍ୟା କରି ପୋଡ଼ି ଦେଲେ। ଏଭଳି ଏକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗୋଡ଼ଭଗା-ତୁରୁମ ରାସ୍ତା ନିକଟରେ। ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ବଇପୁର ନିକଟରେ ଥିବା ଗ୍ରିଡ୍‌ ପାଖରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ ହୋଇଛି। କିଛି ଲୋକ ନିକଟସ୍ଥ ଝାଇଁଜୋରକୁ ଗାଧୋଇବାକୁ ଯାଉଥିଲେ। ସକାଳ ୯ଟା ବେଳେ ଶବ ଜଳୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏକ ରକ୍ତ ଲାଗିଥିବା କଟୁରୀ ପଡ଼ିଥିଲା। ତେଣୁ ଯୁବକଙ୍କୁ ପ୍ରଥମେ ହତ୍ୟା କରି ଦୁର୍ବୃତ୍ତମାନେ ପୋଡ଼ି ଦେଇଥିବା ପୁଲିସ୍‌ ଅନୁମାନ କରୁଛି।

ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସକାଳ ୮ଟା ପାଖାପାଖି ଗୋଟିଏ କାର୍‌ରେ ୪ଜଣ ଲୋକ ସେଠାରେ ପହଂଚିଥିଲେ। କାର୍‌ ଭିତରୁ ଶବ କାଢ଼ି ‌ତାକୁ ପୋଡ଼ି ଦେଇଥିଲେ। ଘଟଣାସ୍ଥଳକୁ ଲୋକେ ପହଂଚିବା ବେଳକୁ ସେମାନେ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ନେପାଳଚନ୍ଦ୍ର ମୁଣ୍ଡା ପହଂଚିଥିଲେ। ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଯାଇଛି। ଅନ୍ୟପକ୍ଷରେ ଗୋଡ଼ଭଗାରୁ ବିନକା ପର୍ଯ୍ୟନ୍ତ ଥିବା ସିସିଟିଭି ଫୁଟେଜ୍‌ ପୁଲିସ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe