ଘରେ ପଶି ହତ୍ୟା ଓ ସଂଘବଦ୍ଧ ଆକ୍ରମଣ: ୬ ବର୍ଷ ପରେ ହତ୍ୟାକାରୀକୁ ଆଜୀବନ ଜେଲ୍‌ 

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌-୧ର ବିଚାରପତି ସଂଜୀବ ରଞ୍ଜନ ସାମନ୍ତ ଆଜି ୬ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ‌ମୁଖ୍ୟ ଅଭିଯୁକ୍ତ ଖାରବେଳ ମାଝୀ ଓରଫ୍‌ ବୁକୁନିକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା ଏବଂ ତାହା ଅନାଦାୟ ହେଲେ ଆଉ ୨ ବର୍ଷ ପର୍ଯ୍ୟନ୍ତ ଅଧିକ ଜେଲ୍‌ ଦଣ୍ଡ ଭ‌ୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଏହି ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଜଣାଯାଇଛି।

ବାଲେଶ୍ବର ସହର ଟାଉନଥାନା ଅଧୀନ ସୁଏଲପୁର ଅଞ୍ଚଳର ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଜମିଜମା ବିବାଦ ତେଜିବାରେ ଲାଗିଥିଲା। ଫଳରେ ପରସ୍ପର ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ। ପରେ ବିବାଦ ଉଗ୍ରରୂପ ନେଇଥିଲା। ୨୦୧୬ ମସିହା ଅକ୍ଟୋବର ମାସ ୨୭ ଭୋର୍ ସମୟ‌ରେ ଲୋକନାଥ ମାଝୀ ଘରେ ଖାରବେଳ ମାଝୀ ଓରଫ୍‌ ବୁକୁନି ଏବଂ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ପଶିଥିଲେ ଏବଂ ଲୋକନାଥଙ୍କ ପରିବାର ସଦସ୍ୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ମହେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମା’ ବାସନ୍ତୀ ମାଝୀ, ଭାଇ ରାଜେଶ, ଦାଦା ନରେନ୍ଦ୍ର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲୋକନାଥଙ୍କ ପୁତ୍ର ମହେଶ ମାଝୀ ଓରଫ୍‌ କାହ୍ନୁଙ୍କ ମୃତ୍ୟୁ ହୋଇଥିଲା। ଟାଉନ ଥାନା ପୁଲିସ ଏ ନେଇ କେସ୍‌ ନମ୍ବର ୨୬୬/୧୬ରେ ହତ୍ୟା ମାମଲା ରୁଜୁ କରି ବୁକୁନି ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲା ମାନ୍ୟବର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ବିଚାରାଧୀନ ଥିଲା। ଆଜି ଏହାର ଶୁଣାଣି କରାଯାଇ ବୁକୁନି ଓରଫ୍‌ ଖାରବେଳ ମାଝୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ କରାଯାଇ ବେଳେ ପୁରୁଣା ବାଲେଶ୍ୱର ଅଞ୍ଚଳର ସନ୍ୟାସୀ ଦଳେଇ, ବାରବାଟୀ ଅଞ୍ଚଳର ବିନୟ କୁମାର ମହାରଣା ଓ ସୁଏଲପୁରର କପିଳ ମାଝୀଙ୍କୁ ଖଲାସ କରାଯାଇଛି। ଏହି ମାମଲାରେ ଆଉ କିଛି ଅଭିଯୁକ୍ତ ବିଚାର ବାହାରେ ଥିବାର ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ସରକାରଙ୍କ ପକ୍ଷରୁ ପରିଚାଳନା କରୁଥିଲେ ଏବଂ ଅପରପକ୍ଷେ ଅନ୍ୟତମ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଆଢ଼୍ୟ, ବିଶ୍ୱରଞ୍ଜନ ମଲ୍ଲିକ, ଦେବବ୍ରତ ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe