ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଥାନା ପାଖ ପୋଖରୀରୁ ମିଳିଲା ଶବ ସନ୍ଦେହରେ ୩ ଅଟକ

ଥାନାରେ ଭ୍ରୂଣ ଧରି ପହଞ୍ଚିଲେ ଦୁଷ୍କର୍ମ ପୀଡ଼ିତା

କୋରେଇ: ନାବାଳିକା ଦୁଷ୍କର୍ମ ରୋକିବା ତଥା ଲୋକଙ୍କୁ ସଚେତନ କରିବା ପାଇଁ ବୁଲୁଛି ପରୀ ରଥ। ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବା ପାଇଁ ମଧ୍ୟ ଆଇନ ବ୍ୟବସ୍ଥା ହୋଇଛି। ତଥାପି ଏଭଳି ଘୃଣ୍ୟ କାର୍ଯ୍ୟ ଥମୁନି। ସଦ୍ୟତମ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଦୁର୍ବୃତ୍ତମାନେ କୋରେଇ ଥାନା ନିକଟସ୍ଥ ହଜାରୀ ପୋଖରୀରେ ଫିଙ୍ଗି ଦେଇଛନ୍ତି। ଏଭଳି ଅମାନୁଷିକ କାଣ୍ଡର ଶିକାର ହୋଇଛନ୍ତି କୋରେଇ ଥାନା ଅନ୍ତର୍ଗତ ଫାଜଲପୁରର ଜଣେ ନାବାଳିକା। ଘଟଣାସୂତ୍ରରୁ ପ୍ରକାଶ ଯେ, କୋରେଇ ଥାନା ନିକଟସ୍ଥ ହଜାରୀ ପୋଖରୀରୁ ଆଜି ଏହି ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ମୃତ ନାବାଳିକାଙ୍କ ବାପା ଜଣେ ଆମ୍ବୁଲାନ୍ସ ଡ୍ରାଇଭର ହୋଇଥିବାରୁ ରାତିରେ ଡ୍ୟୁଟିରେ ଥିଲେ। ତାଙ୍କ ପତ୍ନୀ ଗତକାଲି ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ତେଣୁ ଘରେ ଥିଲେ ନାବାଳକ ଭାଇ ଭଉଣୀ। ବିଳମ୍ବିତ ରାତିରେ ବାପା ଘରକୁ ଫେରି ଦେଖିବା ବେଳେ ଝିଅ ନଥିବାରୁ ବହୁ ଖୋଜାଖୋଜି କରି ଚୁପ୍‌ ରହିଯାଇଥିଲେ। ଆଜି ସକାଳୁ ଗ୍ରାମବାସୀ ପୋଖରୀରେ ମୃତଦେହ ଭାସୁଥିବା ଦେଖି ନାବାଳିକାର ପରିବାରକୁ ସୂଚନା ଦେଇଥିଲେ। ପରେ ଏନେଇ ମୃତକଙ୍କ ପିତା ତାଙ୍କ ଝିଅକୁ କେହି ମାରିଦେଇଥିବା କୋରେଇ ଥାନାରେ ଅଭିଯୋଗ କରିଛନ୍ତି।

ନାବାଳିକା ବେକରେ ଚୁନି ବନ୍ଧା ହୋଇଥିବା ଏବଂ ଦାଗ ରହିଥିବାରୁ ତାଙ୍କୁ କେହି ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟ ପଦାକୁ ଆସିବ ବୋଲି କୋରେଇ ଥାନାଧିକାରୀ ଚିନ୍ମୟୀ ସାହୁ ପ୍ରକାଶ କରିଛନ୍ତି। ପୁଲିସ୍‌ କେସ୍‌ ନମ୍ବର ୧୧୩/୧୮ ଦଫା ୩୦୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୁଲିସ୍‌ ସନ୍ଦେହରେ ୩ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ମୃତ ନାବାଳିକାର ଭାଇର ବୟାନ ମୁତାବକ ଗତକାଲି ନାବାଳିକା ଜଣଙ୍କ ଲାଡେନ ନାମକ ଜଣେ ଯୁବକ ସହ ଫୋନରେ କଥାବାର୍ତା ହେଉଥିଲା। ଯାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଯେ କୋରେଇରୁ ବେଆଇନ ଭାବେ ଗୋ ଚାଲାଣ ହେଉଛି। କିଛି ଗୋରୁ ବେପାରୀ ମୃତକଙ୍କ ଘର ପାଖରେ ରୁହନ୍ତି। ଗତକାଲି ଘରେ କେହି ନଥିବାର ସୁଯୋଗରେ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ପର୍ଦାଫାସ ହେବ ବୋଲି କୋରେଇ ଥାନାଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe