ଆନନ୍ଦପୁର: ଟାଙ୍ଗିଆରେ ହାଣି ଯୁବକକୁ ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବାର ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଖସାପଦା ଗାଁର ଚଇତା ତନ୍ତୀ(୨୮) ନିଜ ଘରେ ଶୋଇଥିବା ବେଳେ ରାସୋଳ ପଞ୍ଚାୟତ ଆଳୁତୁମା ଗ୍ରାମର ପ୍ରହ୍ଲାଦ ଦେହୁରୀ ତାକୁ ଟାଙ୍ଗିଆରେ ହାଣିଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଚଇତାର ମୃତ୍ୟୁ ହୋଇଥିଲା। ଆଜି ସକାଳେ ଖବର ପାଇ ଦୈତାରୀ ଥାନା ପଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକର ରକ୍ତାକ୍ତ ମୃତଦେହ ଉଦ୍ଧାର କରିବା ସହ ଏହାର ଶବବ୍ୟବଚ୍ଛେଦ ଲାଗି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ଏଣେ ପୁଲିସ ଅଭିଯୁକ୍ତ ପ୍ରହ୍ଲାଦ ଦେହୁରୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତେବେ ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କେଉଁ କାରଣରୁ ଅଭିଯୁକ୍ତ ପ୍ରହ୍ଲାଦ ଚଇତା ତନ୍ତୀକୁ ହତ୍ୟା କରିଛି ସେନେଇ ପୁଲିସର ତଦନ୍ତ ଜାରି ରହିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe