image source-telegraph
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ବଡ଼ ଭାଇଙ୍କର ଟାଙ୍ଗିଆ ଚୋଟରେ ସାନଭାଇଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁରେ ଦୁଃଖଦ ଘଟଣା ଘଟିଛି। ପାରିବାରିକ କନ୍ଦଳରୁ ବଡ଼ ଭାଇଙ୍କର ଟାଙ୍ଗିଆ ଚୋଟରେ ସାନଭାଇଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।
ଗତକାଲି ରାତିରେ କୌଣସି କଥାକୁ ନେଇ ବଡ଼ ଭାଇ ବଂଶୀଧର ନାୟକ(୪୫) ଓ ସାନଭାଇ ଦିଲୀପ ନାୟକ(୩୪)ଙ୍କ ଭିତରେ ଘର ଅଗଣାରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବଂଶୀଧର ଘରୁ ଏକ ଟାଙ୍ଗିଆ ଆଣି ଦିଲୀପଙ୍କୁ ଚୋଟ ପକାଇଥିଲେ। ଏହାପରେ ସାନଭାଇ ଦିଲୀପଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ ଭାଇ ବଂଶୀଧରଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।
Follow Us