ଶିବ ମନ୍ଦିର ପରିସରରେ ମହିଳାଙ୍କ ରକ୍ତାକ୍ତ ମୃତଦେହ : ଭାଇବୋହୂକୁ ମାରିଲା ଦେଢଶୁର, ଅଭିଯୁକ୍ତ ଫେରାର୍

Advertisment
ଶିବ ମନ୍ଦିର ପରିସରରେ ମହିଳାଙ୍କ ରକ୍ତାକ୍ତ ମୃତଦେହ : ଭାଇବୋହୂକୁ ମାରିଲା ଦେଢଶୁର, ଅଭିଯୁକ୍ତ ଫେରାର୍

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ଶିବ ମନ୍ଦିର ପରିସରରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ କରାଯାଇଛି। ହତ୍ୟାକାରୀ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ପୁଲିସର ଛାନଭିନ୍ ଜାରି ରହିଛି।

publive-image

ପ୍ରାପ୍ତ ସୂଚନା ଅନୁଯାୟୀ, ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁର ମୁକ୍ତେଶ୍ବର ଶିବ ମନ୍ଦିରକୁ ସେହି ଗ୍ରାମର ରଂଜି ନାହାକ(୪୦)ନାମକ ଜଣେ ମହିଳା ଆଜି ସକାଳ ପ୍ରାୟ ୫ଟା ବେଳେ ଯାଇଥିଲେ। ସେ ମନ୍ଦିରରେ ପୂଜା ସାରି ଘରକୁ ଫେରୁଥିବା ବେଳେ ରଂଜି ନାହାକଙ୍କ ମୁଣ୍ଡକୁ ପଛ ପଟୁ ଦେଢଶୁର ମୋଚିରାମ ନାହାକ ଏକ ଲୁହ ରଡରେ ଆକ୍ରମଣ କରିଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ରଂଜି ନାହାକଙ୍କ ମୃତ୍ୟୁ ଘଟିଥିଲା।
ମୋଚିରାମ ନାହାକ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର୍ ହୋଇଯାଇଥିବା ଜଣାଯାଇଛି। ମୋଚିରାମ ମୁକ୍ତେଶ୍ବର ଶିବ ମନ୍ଦିରରେ ସଫେଇ କାମ କରନ୍ତି ବୋଲି ଜଣାଯାଇଛି। ସେ ଭାଇବୋହୂ ରଂଜି ନାହାକଙ୍କୁ ଆକ୍ରମଣ କରିବା ଲାଗି ପୂର୍ବରୁ ଯୋଜନା କରିଥିବା କୁହାଯାଉଛି।

ଏଣେ ଘଟଣାସ୍ଥଳରେ ଆସିକା ଥାନା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ମୋଚିରାମ ନାହାକଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନକୁ ପୁଲିସ୍ ଟିମ୍ ପଠାଇଥିବା ଜଣାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe