ବରଯାତ୍ରୀ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା: ଅଭିଯୁକ୍ତ ଫେରାର

Advertisment
ବରଯାତ୍ରୀ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା: ଅଭିଯୁକ୍ତ ଫେରାର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ବିଜେ ଗଙ୍ଗାଧରପୁର ଗାଁ ତାରିଣୀ ଛକରେ ସାମାନ୍ୟ ଗଣ୍ଡଗୋଳରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏନେଇ ମୃତକଙ୍କ ବଡ଼ଭାଇ ମଧୁସୂଦନ ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଅଭିଯୁକ୍ତ ଫେରାର ହୋଇଯାଇଥିବାର ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଗତକାଲି ବିଦ୍ୟାଧର ମାଝୀ ଭଦ୍ରକକୁ ନିଜ ସାଙ୍ଗର ବାହାଘରରେ ବରଯାତ୍ରୀ ଭାବେ ଯାଇଥିଲେ। ବିଜେଗଙ୍ଗାଧରପୁର ଗାଁ ତାରିଣୀ ଛକରେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ହଠାତ୍ ‌ଆଦିତ୍ୟ ରାଉତ ନାମକ ଜଣେ ଯୁବକ ବିଦ୍ୟାଧରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ମାରିଦେବାର ଧମକ ବି ଦେଇଥିଲେ। ‌ଏହାପରେ ‌ଆଦିତ୍ୟ ଏକ ଶକ୍ତ ବାଉଁଶରେ ବିଦ୍ୟାଧରଙ୍କ କର୍ଣ୍ଣମୂଳିକୁ ଜୋରରେ ପିଟିଥିଲେ। ଏହାଫଳରେ ବିଦ୍ୟାଧର ତଳେ ପଡ଼ିଯାଇଥିଲେ। ଏତିକିରେ ତାଙ୍କର ରାଗ ଶାନ୍ତ ହୋଇନଥିଲା। ତାପରେ ଆଦିତ୍ୟ ବିଦ୍ୟାଧରଙ୍କୁ ଆଉ ୪/୫ ଥର ବାଉଁଶରେ ପିଟିଥିଲେ।

publive-image

ସେଠାରେ ଥିବା ଅନ୍ୟ ବରଯାତ୍ରୀମାନେ ଏହାକୁ ବିରୋଧ କରିଥିଲେ, ମାତ୍ର ଆଦିତ୍ୟ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ। ଏହାପରେ ବିଦ୍ୟାଧରଙ୍କୁ ରାତିରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ମାମଲାର ତଦନ୍ତ କରୁଥିବାବେଳେ ଫେରାର ଅଭିଯୁକ୍ତକୁ ଧରିବା ଲାଗି ଚେଷ୍ଟା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe