ଶାବଳରେ ପିଟିପିଟି ବଡ଼ଭାଇ, ଭାଉଜ ଓ ଦୁଇ ପୁତୁରାଝିଆରୀଙ୍କୁ ହତ୍ୟା କଲା ଦାଦା, ଅଭିଯୁକ୍ତ ଥାନାରେ ଅଟକ

Advertisment
ଶାବଳରେ ପିଟିପିଟି ବଡ଼ଭାଇ, ଭାଉଜ ଓ ଦୁଇ ପୁତୁରାଝିଆରୀଙ୍କୁ ହତ୍ୟା କଲା ଦାଦା, ଅଭିଯୁକ୍ତ ଥାନାରେ ଅଟକ

ବରଗଡ଼: ଜମିବାଡ଼ି ବିବାଦକୁ ନେଇ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଝିକିଝିକି ଗାଁରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଥିବାର ଖବର ମିଳିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାଦାକୁ ଭଟଲି ଥାନା ପୁଲିସ ଅଟକ ରଖିଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରାପ୍ତ ସୂଚନା ଅନୁସାରେ ଭଟଲି ବ୍ଲକ୍ ଝିକିଝିକି ଗାଁରେ ଦୁଇ ଭାଇଙ୍କ ଭିତରେ କିଛି ଦିନ ଜମିବାଡ଼ି ବଣ୍ଟାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଏହି ଜମିବାଡ଼ି ବଣ୍ଟାକୁ ନେଇ ସାନଭାଇ ଶିବ ବାଗ ଅସନ୍ତୁଷ୍ଟ ଥିଲେ। ଗତକାଲି ରାତିରେ ଏହି ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ସେ ଶାବଳରେ ପିଟିପିଟି ବଡ଼ଭାଇ, ବଡ଼ଭାଉଜ ଓ ସେମାନଙ୍କର ଏକ ୧୫ ବର୍ଷୀୟ ପୁଅ ଓ ୧୦ ବର୍ଷୀୟା ଝିଅକୁ ମାରି ଦେଇଥିଲେ। ଆଜି ସକାଳେ ୪ଜଣଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଣେ ଅଭିଯୁକ୍ତ ସଂକୀର୍ତ୍ତନ ବାଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe