ବଡ଼ଭାଇକୁ ଟାଙ୍ଗିଆରେ ହାଣିଲା ସାନ: ଅଭିଯୁକ୍ତ ଓ ତାର ଦୁଇ ପୁଅ ଥାନାରେ ଅଟକ

ବଡ଼ଭାଇକୁ ଟାଙ୍ଗିଆରେ ହାଣିଲା ସାନ: ଅଭିଯୁକ୍ତ ଓ ତାର ଦୁଇ ପୁଅ ଥାନାରେ ଅଟକ

ଭବାନୀପାଟଣା: ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ। ସଦର ଥାନା ସିକେରଗୁଡ଼ା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଥାନାରେ ୩ ଅଟକ।

ସୂଚନା ଅନୁଯାୟୀ ସିକେରଗୁଡ଼ା ଗାଁର ଜଳ ନାୟକ ଆଜି ସକାଳେ ବିଲକୁ ଯାଉଥିବା ବେଳେ ତାର ସାନଭାଇ ପରବେଶ ନାୟକ ଓ ଦୁଇ ପୁଅ ଟାଙ୍ଗିଆରେ ଜଳ ନାୟକଙ୍କୁ ଆକ୍ରମଣ କରିଥିଲ‌େ। ଏହାଫଳରେ ଘଟଣାସ୍ଥଳରେ ହିଁ ଜଳ ନାୟଙ୍କର ମୃତ୍ୟୁ ଘଟିଥିଲା। ଜଳ ଗୁଣିଗାରେଡ଼ି କରି ସାନଭାଇ ପରିବାରକୁ ହଇରାଣ କରୁଥିବା ହେତୁ ପରବେଶ ଓ ତାର ଦୁଇ ପୁଅ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଜଳ ନାୟକଙ୍କ ଶବ ଜବତ କରିବା ସହ ଅଭିଯୁକ୍ତ ପରବେଶ ନାୟକ ଓ ଦୁଇ ପୁତୁରାଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe