ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

Advertisment
ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

କୋରାପୁଟ: କରୋନା କାଳରେ ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ। ଗାଁ ଲୋକ ପହଞ୍ଚିଯିବାରୁ ଜୀବନ ରକ୍ଷା ପାଇଲା ୩ ବର୍ଷର କୁନି ଝିଅ। ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ଧରି ପୁଲିସରେ ଦେଇଛନ୍ତି।

କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ହରଡାପଗୁଡା ଗାଁରେ ଘଟିଛି ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପାରିବାରିକ ଝଗଡ଼ା ଆଜି ସକାଳେ ଅତି ବଢିବା ପରେ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାରୀ ସ୍ୱାମୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe