ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା ଅଭିଯୋଗ, ସମ୍ପର୍କୀୟ ନାବାଳକ ଥାନାରେ ଅଟକ

Advertisment
ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା ଅଭିଯୋଗ, ସମ୍ପର୍କୀୟ ନାବାଳକ ଥାନାରେ ଅଟକ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଶିଶୁଡ଼ିହି ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁସାରେ, ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଶିଶୁଡ଼ିହି ଗ୍ରାମର ସୁଦର୍ଶନ ମୁଣ୍ଡା (୪୧) ଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛନ୍ତି I

ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ସମୟରେ ସୁଦର୍ଶନଙ୍କ ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ସରସ୍ଵତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତିl ସରସ୍ଵତୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦର୍ଶନଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl

ଆଜି ସକାଳେ ସରସ୍ଵତୀ ମୁଣ୍ଡା ତାଙ୍କ ସ୍ଵାମୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଏବଂ ଏହା ଏକାଧିକ ବ୍ୟକ୍ତିଙ୍କ କାଣ୍ଡ ନେଇ ବଣାଇଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l ଘଟଣାସ୍ଥଳରେ ତଦନ୍ତ କରି ପୁଲିସ ରାଉରକେଲାରୁ ସାଇଣ୍ଟିଫିକ୍ ଟିମର ସହାୟତା ମାଗିଛି l ଅପରପକ୍ଷରେ ସନ୍ଦେହରେ ଜଣେ ସମ୍ପର୍କୀୟ ନାବାଳକକୁ ଅଟକ ରଖି ପଚରାଉଚରା ଚଳାଇଛି ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି l

ମୃତକଙ୍କ ପୁଅ ଦେଇଥିବା ବୟାନ ଅନୁସାରେ ଜଣେ ଲୋକ ସହିତ ତାଙ୍କ ବାପାଙ୍କର ଶତ୍ରୁତା ଥିଲା l ସେ ବାରମ୍ବାର ଚୋରି କରୁଥିବାରୁ ତାଙ୍କ ବାପା ତାଙ୍କୁ ବିରୋଧ କରୁଥିଲେ l ଏହି ରାଗରେ ସେ ବାପାଙ୍କୁ ହତ୍ୟା କରିଛନ୍ତି l ବଣାଇ ଥାନା ପୁଲିସ ମୃତ‌ ଶରୀରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe