ବୌଦ୍ଧରେ ଚାଞ୍ଚଲ୍ୟ: ବୋତଲ ଗୋଟାଳିଙ୍କୁ ହତ୍ୟା!

Advertisment
ବୌଦ୍ଧରେ ଚାଞ୍ଚଲ୍ୟ: ବୋତଲ ଗୋଟାଳିଙ୍କୁ ହତ୍ୟା!

ବୌଦ୍ଧ: ବୌଦ୍ଧ ସହର ସତସଙ୍ଗ ମନ୍ଦିର ପଛପଟ ମହାନଦୀ କୂଳରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ି ରହିଛି। ଶବ ନିକଟରେ ରକ୍ତଲଗା କଂକ୍ରିଟ ଖଣ୍ଡ, ପଥର ଓ କିଛି ଭଙ୍ଗା ମଦ ବୋତଲ ପଡ଼ିଥିବା ଦେଖାଯାଇଛି। ଫଳରେ ପଥର ଓ ମଦ ବୋତଲରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

publive-image

ସତସଙ୍ଗ ଗଳି ରାସ୍ତା ପାର୍ଶ୍ୱରେ ଏକ ସାଇକେଲ ପଡ଼ି ରହିଛି। ସାଇକେଲରେ କିଛି କାଗଜ ପେଟି ବନ୍ଧା ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତେବେ ମୃତକ ଜଣେ ବୋତଲ ଗୋଟାଳି ବୋଲି ଜଣାଯାଇଛି। ତାଙ୍କର ବୟସ ୫୦ ଅତିକ୍ରମ କରିଥିବା ଅନୁମାନ କରାଯାଉଛି। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe