ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ତମାଣ୍ଡୋ ଥାନା ଅର୍ନ୍ତଗତ ଏକ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାରେ ଆଜି ସକାଳେ ଜଣେ ଯୁବକଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ବ୍ୟକ୍ତି ହେଲେ ଖୋର୍ଦ୍ଧା ଅଞ୍ଚଳର ସୁଶାନ୍ତ ଶତପଥୀ। ଅଭିଯୁକ୍ତର ନାମ ରଂଜନ ଦୀପ।

ପୁଲିସର ସୂଚନା ଅନୁସାରେ, ବୌଦ୍ଧ ଅଞ୍ଚଳର ରଞ୍ଜନ ନାମକ ଜଣେ ଯୁବକ ଓ ସୁଶାନ୍ତ ଏକାଠି ଭଡ଼ା ଘରେ ରହୁଥିଲେ। ସୁଶାନ୍ତ ରୋଷେୟା ଭାବେ କାମ କରୁଥିବା ବେଳେ ରଞ୍ଜନ ମିସ୍ତ୍ରୀ ଭାବେ କାମ କରନ୍ତି। ଗତକାଲି ରାତିରେ ଉଭୟ ନିଶାଶକ୍ତ ଅବସ୍ଥାରେ ଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ସୁଶାନ୍ତଙ୍କୁ ରଂଜନ ଲୁହାଛଡ଼ରେ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ ସେ ରକ୍ତାକ୍ତ ହୋଇଥିଲେ।‌ ଆଜି ସକାଳେ ସୁଶାନ୍ତଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ କେଉଁ କାରଣକୁ ନେଇ ରଞ୍ଜନ ଅତି ବୀଭତ୍ସ ଭାବେ ଲୁହଛଡ଼ରେ ସୁଶାନ୍ତକୁ ପିଟିପିଟି ହତ୍ୟା କଲା ତାହା ଜଣାପଡ଼ିନି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe