ଘରୁ ମିଳିଲା ଯୁବକଙ୍କ ମୃତଦେହ: ଥାନାରେ ମହିଳା ଅଟକ

Advertisment
ଘରୁ ମିଳିଲା ଯୁବକଙ୍କ ମୃତଦେହ: ଥାନାରେ ମହିଳା ଅଟକ

ଘଟଗାଁ/ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ବସଷ୍ଟାଣ୍ଡ ନିକଟ ପାତ୍ରସାହିରେ ଜଣେ ଯୁବକଙ୍କୁ ନୃଶଂସ ହତ୍ୟା କରାଯାଇଛି। ତାଙ୍କୁ ପନିକି ଓ ଟାଙ୍ଗିଆ ସହାୟତାରେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଖଣ୍ଟଘର ଗାଁର ଭାରତ ଭୂଷଣ ଉରଫ ଛବି ନାୟକ(୨୫)। ଆଜି ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଗାଁ ପୁଲିସ ଘଟଣାସ୍ଥଳରୁ ଛବି ନାୟକଙ୍କ ଶବ ଜବତ କରି ଡାକ୍ତରଖାନାକୁ ଆଣି ତଦନ୍ତ ଆରମ୍ଭ କରିଛି।

publive-image
ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଛବି ନାୟକ ନିୟମିତ ଭାବେ ଜଣେ ମହିଳାଙ୍କ ଘରକୁ ଆସୁଥିଲେ। ଉକ୍ତ ମହିଳାଙ୍କ ନାମ ହେଲେ ରଂଜିତା ନାୟକ। ତାଙ୍କ ଘରୁ ହିଁ ଶବ ଜବତ ହୋଇଛି। ରଂଜିତାଙ୍କର ଏକ ନାବାଳିକା ଝିଅ ଥିବା ଜଣାଯାଇଛି। ରଂଜିତାଙ୍କ ପାଖକୁ ଢେଙ୍କାନାଳ ଜିଲ୍ଲା ଭୁବନର ଆଉ ଜଣେ ଯୁବକ ମଧ୍ୟ ଆସୁଥିଲେ। ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାତିରେ ରଂଜିତାଙ୍କ ଘରେ ଦୁଇ ଯୁବକ ରହିଥିଲେ। ଉଭୟଙ୍କର ରଂଜିତାଙ୍କ ସହ ସଂପର୍କ ଥିବା ଜଣାଯାଇଛି। ରାତିରେ ଭୁବନର ଯୁବକ ଓ ମହିଳା ମିଶି ଛବିଙ୍କୁ ହତ୍ୟା କରିଥିବା କୁହାଯାଉଛି। ଏହି ଘଟଣାରେ ପୁଲିସ ରଂଜିତା ନାୟକଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe