ଗଞ୍ଜାମ ଜିଲ୍ଲା‌ରେ ବଢ଼ୁଛି ରାଜନୈତିକ ହିଂସା: ପୂର୍ବ ଶତ୍ରୁତାରୁ ଦିଗପହଣ୍ଡିରେ ପୁଣି ଜଣଙ୍କୁ ହତ୍ୟା ଅଭିଯୋଗ

Advertisment
ଗଞ୍ଜାମ ଜିଲ୍ଲା‌ରେ ବଢ଼ୁଛି ରାଜନୈତିକ ହିଂସା: ପୂର୍ବ ଶତ୍ରୁତାରୁ ଦିଗପହଣ୍ଡିରେ ପୁଣି ଜଣଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲା‌ରେ ରାଜନୈତିକ ହିଂସା ବଢ଼ିଯାଇଛି। ଏବେ ପୁଣି ରାଜନୈତିକ ଶତ୍ରୁତାରୁ ଜଣଙ୍କୁ ହତ୍ୟା କରାଯାଇଥିବାର ସୂଚନା ମିଳିଛି।
ଆଜି ସକାଳେ ଦିଗପହଣ୍ଡି ଥାନା ଅନନ୍ତେଇ କାଳୁଆ ମହୁରୀଠାରେ ବ୍ରହ୍ମପୁର ଖଲାସି ସାହିର ଶିବ ବେହେରାଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।


ସୂଚନାଯୋଗ୍ୟ, ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ ଓରଫ୍ ରାଜୁ ବିଷୋୟୀ ହତ୍ୟା ଘଟଣାର ଦେଢ଼ ମାସ ପରେ ପୁଲିସ ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେମାନେ ହେଲେ ଖଜାପଲ୍ଲୀର ସଂଗ୍ରାମ ସ୍ୱାଇଁ, ଜଟିଆ ସ୍ୱାଇଁ, ପିଣ୍ଟୁ ବିଷୋୟୀ ଓ ଭଗବାନ ସ୍ୱାଇଁ। ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଭୁଜାଲି ଓ ୪ଟି ମୋବାଇଲ୍ ଫୋନ୍ ସମେତ ଗୋଟିଏ ବୋଲେରୋ ଜବତ ହୋଇଥିବା ଏ.ଏସ୍.ପି ବି.କେ ମଲ୍ଲିକ ଓ ଥାନା ଅଧିକାରୀ ପ୍ରଭାତ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ତେବେ ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କ ସଂପୃକ୍ତି ରହିଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏଏସ୍ପି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe