ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ: ମୃତକଙ୍କ ୨ ସଂପର୍କୀୟ ଥାନାରେ ଅଟକ

Advertisment
ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ: ମୃତକଙ୍କ ୨ ସଂପର୍କୀୟ ଥାନାରେ ଅଟକ

kalinga tv

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଚିନାରିଗୁଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ଚିନାରିଗୁଡ଼ା ଗାଁର ଶବର(୫୫)।

ଗୁଣପୁର ଆଦର୍ଶ ଥାନା ଅଧୀନସ୍ଥ ନିକଟ ଗ୍ରାମ ଚିନାରିଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଖବର ହସ୍ତଗତ ହୋଇଛି। ଜମିବାଡ଼ି ବିକ୍ରୟକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି ବୋଲି ଆଇଆଇସି ନିଳାମ୍ବର ଜାନୀ ସୂଚନା ପ୍ରଦାନ କରିଛନ୍ତି। ଚିନାରୀଗୁଡା ଗ୍ରାମର ପଣ୍ଡା ଶବର ( ୫୫) ସକାଳେ ନିଜ ଜମି ନିକଟରେ ରହିଥିବା କୁଡ଼ିଆକୁ ଯାଇଥିଲେ। ବିଳମ୍ବିତ ରାତ୍ରି ସମୟ ପର୍ଯ୍ୟନ୍ତ ପଣ୍ଡା ଘରକୁ ନ ଫେରିବାରୁ ପରିବାର ଲୋକେ ବିବ୍ରତ ହୋଇ ପଡ଼ି ଖୋଜାଖୋଜି କରିଥିବା ବେଳେ ମୃତ ଅବସ୍ଥାରେ ନିଜ ଜମି ନିକଟରେ ଠାବ କରିଥିଲେ।ଖବର ପାଇ ଗୁଣପୁର ଏସଡିପିଓ  ଆକାଶ ଚନ୍ଦ୍ର ବେହୁରା ଏବଂ ଆଇଆଇସି ନିଳାମ୍ବର ଜାନୀ ଘଟଣା ସ୍ଥଳେ ପହଞ୍ଚିଥିଲେ।

ମିଳିଥିବା ସୂଚନା ମୁତାବକ ଜମିବାଡ଼ି ବିକ୍ରୟ ଘଟଣାକୁ କେନ୍ଦ୍ରକରି ନିଜ ସମ୍ପର୍କୀୟମାନେ ହିଁ ଉକ୍ତ କାଣ୍ଡ ଭିଆଇଛନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।  ଆଜି  ରାୟଗଡ଼ାରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ  ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ମୃତ ବ୍ୟକ୍ତିଙ୍କ ୨ଜଣ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe