ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତ ଫେରାର

ବ୍ରହ୍ମପୁରରେ ଅପହରଣ ପରେ ଯୁବକଙ୍କୁ ହତ୍ୟା : ୪ ଦିନ ପରେ ଗଳିତ ଶବ ଉଦ୍ଧାର, ହତ୍ୟା ପଛରେ ବ୍ୟବସାୟିକ ଶତ୍ରୁତା

image-sisat

ଅନୁଗୁଳ: ଜଣେ  ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ, ଅଭିଯୁକ୍ତ ଫେରାର ହୋଇଥିବା ଘଟଣା ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର କଣିହାଁ ଥାନା ଦଳକ ପଞ୍ଚାୟତର କଣ୍ଟାପାଳ ଗାଁର ମଙ୍ଗୁଲୁ ବେହେରାଙ୍କ ସ୍ତ୍ରୀ  ସବିତା ବେହେରା (୩୦)ଙ୍କୁ ଆଜି ସକାଳେ  ନିକଟସ୍ଥ ପୋଇପାଳ ଗାଁ ଠାରେ କେହି ଜଣେ ଟାଙ୍ଗିଆରେ ହତ୍ୟା କରି ଫେରାର ହୋଇଛି। ମହିଳାଜଣକ ଆଜି ସକାଳ  ୫ଟା ବେଳେ ନିଜ ଗାଁ କଣ୍ଟାପାଳରୁ ପୋଇପାଳ ଗାଁକୁ କାମ କରିବା ପାଇଁ ଯାଉଥିଲେ। ରାସ୍ତାରେ ତାକୁ କେହି ହାଣି ଫେରାର ହୋଇ ଯାଇଛି।

ଖବର ପାଇ କଣିହାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe