ପାରିବାରିକ କଳିରେ ବଳିପଡ଼ିଲେ ବଡ଼ଭାଇ

Advertisment
ପାରିବାରିକ କଳିରେ ବଳିପଡ଼ିଲେ ବଡ଼ଭାଇ

ଓଡ଼ାପଡ଼ା: ଆଜି ସକାଳ ପ୍ରାୟ  ୮ଟା ସମୟରେ ମୋଟଙ୍ଗା ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ିକୁ ନେଇ ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କଳହ ଉପୁଜିଥିଲା। ଉଭୟଙ୍କ ମଧ୍ୟରେ ବଚସା ହୋଇ ହାତାହାତି ହେବା ପର୍ଯ୍ୟନ୍ତ ଯିବା ପରେ ବଡ଼ଭାଇ ପଦ୍ମଚରଣ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ନିଆଯାଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ମୋଟଙ୍ଗା ପୁଲିସ ଖବର ପାଇ କାଉଁରିଆପାଳ ଗ୍ରାମକୁ ଯାଇ ସାନ ଭାଇ ବରୁଣ କୁମାର ମହାନ୍ତି ଓ ତାଙ୍କ ପତ୍ନୀ ଓ ପୁତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ପୁଲିସ ପଦ୍ମଚରଣ ମହାନ୍ତିଙ୍କ ମୃତ ଶରୀରକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାରେ ରଖିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୁତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe