କୁଚିଣ୍ଡାରେ ଚାଞ୍ଚଲ୍ୟ: ଶିକ୍ଷକଙ୍କୁ ଗଳାକାଟି ହତ୍ୟା

କୁଚିଣ୍ଡାରେ ଚାଞ୍ଚଲ୍ୟ: ଶିକ୍ଷକଙ୍କୁ ଗଳାକାଟି ହତ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖ‌ାନାକୁ ପଠାଯିବ ବୋଲି ସୂଚନା ମିଳିଛି।

ମୃତକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ (୩୮)। ସେ କୁଚିଣ୍ଡା ଏନଏସିର ୬ ନମ୍ବର ୱାର୍ଡରେ ଘରକରି ରହୁଛନ୍ତି। ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ଣ ପ୍ରାୟ ୪ଟାରେ ଶିକ୍ଷକ ନିଜ ସ୍କୁଟି ଧରି ବାହାରକୁ ଯାଇଥିଲେ। ଗଲା ବେଳେ ଘରେ କହିଥିଲେ ଫେରିବାରେ ବିଳମ୍ବ ହେବ। ହେଲେ ରାତିରେ ଘରକୁ ଫେରିନଥିଲେ। ଗତକାଲି ସେ ଏକ ଲସି ଦୋକାନ ନିକଟରେ ନିଜର ସ୍କୁଟିଟି ରଖି ବସିଥିବାର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe