ମହିଳାଙ୍କୁ ମାରିଲା ସମ୍ପର୍କୀୟ ଭାଇ! କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି

Advertisment
ମହିଳାଙ୍କୁ ମାରିଲା ସମ୍ପର୍କୀୟ ଭାଇ! କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି

ବିଷମକଟକ: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତା ହେଲେ ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସର ଛାନଭିନ୍ ଜାରି ରହିଛି।

publive-image

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତା ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ ବୋଲି ଜଣାଯାଇଛି। ସେ ରାମକ୍ରୀଷ୍ଣା ମିଶନରେ ବଗିଚାକାମ କରି ଚଳନ୍ତି। ସେ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରାୟ ସମୟରେ ରହିଯାଆନ୍ତି। ସେହି ସମ୍ପର୍କୀୟଙ୍କ ଘରେ ହି ତାଙ୍କୁ ହତ୍ୟା କରାଯାଇଛି। ସେହି ସମ୍ପର୍କୀୟ ଭାଇ ହିଁ ନନ୍ଦିନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ମୁନିଗୁଡ଼ା ପୁଲିସ ପହଞ୍ଚି ତଦନ୍ତ କରୁଛି। କିଛି ସମୟପରେ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe