ପଥରରେ ଛେଚି ଯୁବକଙ୍କୁ ହତ୍ୟା: ସକାଳୁ ନାଳରୁ ମିଳିଲା ମୃତଦେହ

ପଥରରେ ଛେଚି ଯୁବକଙ୍କୁ ହତ୍ୟା: ସକାଳୁ ନାଳରୁ ମିଳିଲା ମୃତଦେହ

ନବରଙ୍ଗପୁର: ତେଲ ନଦୀ ପେଙ୍ଗୁସାଇରେ ବୀଭତ୍ସ ହତ୍ୟା। କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର ରାମସିଂ ଜାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଆ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ। କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେ। ଗତକାଲି ସଂଧ୍ୟାରେ ଦୁହେଁ ମିଶି କୁଆଡ଼େ ଯାଉଥିବାର ଲୋକମାନେ ଦେଖିଥିଲେ। ରାତିରେ ଦୁହେଁ ଘରକୁ ନ ଫେରିବାରୁ ଦୁହିଁଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇନଥିଲେ। ଆଜି ସକାଳୁ ତେଲନଦୀ ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତଦେହ ପଡ଼ିଥିବାର ଦେଖି କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରାମସିଂଙ୍କର ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe