ନିଶାସକ୍ତ ଯୁବକର ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ନିଶାସକ୍ତ ଯୁବକର ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Image Source-Odisha Police

ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ଥାନା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ହତ୍ୟା କରିବାପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ ଭାଟସାହି ଗାଁର ମନୋଜ ନାୟକ ନାମକ ଜଣେ ଯୁବକ ଗତକାଲି ରାତି ପ୍ରାୟ ୧୧ଟା ବେଳେ ନିଶାସକ୍ତ ଅବସ୍ଥାରେ ନିରଞ୍ଜନ ଜୟସିଂହଙ୍କ ଘର ଆଗରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲା। ଏହା ଶୁଣିବାପରେ ନିରଞ୍ଜନ ଜୟସିଂହ ଓ ତାଙ୍କ ସ୍ତ୍ରୀ ମାନି ଜୟସିଂହ ବାହାରକୁ ଆସିଥିଲେ।

Image result for odagaon nayagarh police station Image Source-Justdial

ଏହାପରେ ସେମାନଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମନୋଜ ନାୟକ ଏକ ଧାରୁଆ ଅସ୍ତ୍ରରେ ମାନି ଜୟସିଂହଙ୍କ ବେକରେ ଚୋଟ ପକାଇଥିଲା ଏବଂ ନିରଞ୍ଜନ ଜୟସିଂହଙ୍କୁ ବି ଆକ୍ରମଣ କରିଥିଲା । ଏହା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମାନି ଜୟସିଂହଙ୍କ ମୃତ୍ୟୁ ହୋଇଥିଲା। ପରେ ସ୍ବାମୀ ନିରଞ୍ଜନ ଜୟସିଂହଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ମନୋଜ ନାୟକ ଫେରାର ହୋଇ ଯାଇଥିଲା। ତାର ବୟସ ୨୪ ବର୍ଷ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe