ପାରାଦୀପରେ ଚାଞ୍ଚଲ୍ୟ: ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ତଣ୍ଟି କାଟି ଯୁବକକୁ ହତ୍ୟା

ପାରାଦୀପରେ ଚାଞ୍ଚଲ୍ୟ: ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ତଣ୍ଟି କାଟି ଯୁବକକୁ ହତ୍ୟା

ପାରାଦୀପ: ପାରାଦୀପ ରେବିକା ବାର ପଛ ପଟେ ପଡ଼ିଚି ଶବ। ଯୁବକକୁ ତଣ୍ଟି କାଟି ହତ୍ୟା କରାଯାଇଛି। ଯୁବକଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗାଁରେ ଓ ତାଙ୍କ ନାମ ଟୁବୁଲୁ ଜେନା। ସେ ରେବିକା ବାରରେ କିଛି ଦିନ ହେବ କାର୍ଯ୍ୟ କରୁଥିବା ଜଣାପଡ଼ଛି।

ଏଭଳି ହତ୍ୟାକାଣ୍ଡ ଘଟିଥିବା ହେତୁ ତାହା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କିଏ କଣ ପାଇଁ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ପୁଲିସ ରେବିକା ବାରର ପରିଚାଳକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ସକାଳେ ତାର ମୃତଦେହ ଦେଖି ବାରରେ କାମ କରୁଥିବା ଲେକେ ପୁଲିସକୁ ଆବର ଦେଇଥିଲେ। ଟୁବୁଲୁ ଜେନାକୁ ହତ୍ୟା କରାଯାଇଥିବା ନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟୁବୁଲୁ  ମାତ୍ର  ୧୫ ଦିନ ହେବ ପାରାଦୀପ ଆସିଥିଲା। ଏତେ କମ୍ ଦିନ ଭିତରେ କିଏ ତାର ଶତ୍ରୁ ପାଲଟି ଏଭଳି କାଣ୍ଡ ଭିଆଇଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe