ଝିଆରୀକୁ ଉଠାଇ ନେବା ବେଳେ ପ୍ରତିରୋଧ କଲେ ଦାଦା: ଲୁହାଛଡ଼ରେ ଆକ୍ରମଣ କରି ହତ୍ୟା!

Advertisment
ଝିଆରୀକୁ ଉଠାଇ ନେବା ବେଳେ ପ୍ରତିରୋଧ କଲେ ଦାଦା: ଲୁହାଛଡ଼ରେ ଆକ୍ରମଣ କରି ହତ୍ୟା!

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ପ୍ରେମ ବ୍ୟାପାରକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଝିଆରୀକୁ ଉଠାଇ ନେବା ବେଳେ ପ୍ରତିରୋଧ କରିବାରୁ ଦାଦା ବିଚିତ୍ରାନନ୍ଦଙ୍କୁ ସଂଘବଦ୍ଧ ଭାବେ ବାଡେଇ ବାଡେଇ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଚନ୍ଦ୍ରଶିଖର ଗାଁର ଦେବେନ୍ଦ୍ର କୁମାର ବିଶ୍ବାଳଙ୍କ ଅଭିଯୋଗ ମୁତାବକ ଗତକାଲି ରାତି ପ୍ରାୟ ୯ ଟା ୩୦ ରେ ୪ ଟି ବାଇକ ଯୋଗେ କିଛି ଯୁବକ ଘର ଆଗରୁ ତାଙ୍କ ଭଉଣୀଙ୍କୁ ଉଠାଇ ନେଇଯାଉଥିଲେ। ତାଙ୍କ ସାନ ବୋଉ ଚିତ୍କାର କରି ପାଟି କରିବାରୁ ମୋ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳ ସେମାନଙ୍କୁ ଧରିବା ପାଇଁ ବାଇକ ଯୋଗେ ସେମାନଙ୍କ ପଛରେ ଗୋଡ଼ାଇ ଗଲେ। ଜୁନୁପାଙ୍ଗରା ଅଭିରାମ ଦାସଙ୍କ ଘର ଆଗରେ ସେମାନଙ୍କୁ ଅଟକାଇଥିଲେ। ସେମାନେ ଉତକ୍ଷିପ୍ତ ହୋଇଥିଲେ। ସେମାନଙ୍କ ଭିତରୁ ଶ୍ରୀକାନ୍ତ ଜେନା ନାମକ ଜଣେ ଯୁବକ କହିଲେ, ମୁଁ ଭଲ ପାଇ ଆଣିଛି ବାହା ହେବି ଛାଡ଼ିବି ନାହିଁ ।

ଏ ନେଇ ଧସ୍ତାଧସ୍ତି ହେବା  ସମୟରେ ସେଠାରେ ଦେବେନ୍ଦ୍ର ଓ ତାଙ୍କ ସାଙ୍ଗ ବିଦ୍ୟାଧର ଘଟଣାସ୍ଥଳରେ ପହଞ୍ଚି ଥିଲେ। ପହଞ୍ଚିବା ସମୟରେ ବାବୁନି ଜେନା, ଦେବୁନି ଜେନା, ଶ୍ରୀକାନ୍ତ ଜେନା, ବିଶ୍ଵ ରଂଜନ ପ୍ରଧାନ ଓ ଭଗବାନ ପ୍ରଧାନ ପ୍ରମୁଖ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଶ୍ରୀକାନ୍ତ ଜେନା ଏକ ଲୁହା ଛଡରେ  ଦାଦା ବିଚିତ୍ରାନନ୍ଦଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ବିଚିତ୍ରାନନ୍ଦ ଚିତ୍କାର କରି ତଳେ ପଡି ଯାଇଥିଲେ। ସେମାନେ ନମିତାଙ୍କୁ ନେଇ ପଳାଇଥିଲେ। ଏହାପରେ  ବିଚିତ୍ରାନନ୍ଦଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଗତକାଲି ଦୁଧିଆ ଗାଁରୁ ନମିତାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣଙ୍କୁ ଥାନାକୁ ଆଣି ପଚାରାଉଚରା କରୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ପୁଲିସ କିନ୍ତୁ ଏହା ହତ୍ୟାକାଣ୍ଡ ନୁହେଁ,  ଗଛରେ ମୋଟର ସାଇକେଲ ପିଟି ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି। ଗଛରେ ଗାଡ଼ି ପିଟିହେବା ଓ ମୁଣ୍ଡ ପିଟି ହେବାର ଚିହ୍ନ ରହିଛି ବୋଲି ପୁଲିସ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe