ଅବୈଧ ପ୍ରେମ ସମ୍ପର୍କକୁ ନେଇ ସଙ୍କୀର୍ତ୍ତନ ଗୁରୁଙ୍କୁ ହତ୍ୟା, ୩ ଅଟକ

Advertisment
ଅବୈଧ ପ୍ରେମ ସମ୍ପର୍କକୁ ନେଇ ସଙ୍କୀର୍ତ୍ତନ ଗୁରୁଙ୍କୁ ହତ୍ୟା, ୩ ଅଟକ

ରିଆମାଳ: ଅବୈଧ ପ୍ରେମ ସମ୍ପର୍କ ରଖି ଜୀବନ ଯାଇଛି ଜଣେ ସଂକୀର୍ତ୍ତନ ଗୁରୁଙ୍କ। ହତ୍ୟାକାରୀମାନେ ତାଙ୍କୁ ହତ୍ୟା କରିବା ପରେ ଆଖି ଡୋଳା ତାଡ଼ି ଦେଇଛନ୍ତି। ଏମିତି ଏକ ବୀଭତ୍ସ ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ବୁଢ଼ାପାଳ ଫାଣ୍ଡି ଅନ୍ତର୍ଗତ ଠିଆନାଳ ଗ୍ରାମରେ। ମୃତକ ହେଲେ ଉକ୍ତ ଗ୍ରାମର ଅପିନ୍ଦ୍ର ବାଘ (୪୫)। ସୋମବାର ରାତିରେ ଠିଆନାଳ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଅପିନ୍ଦ୍ରଙ୍କ ମୁଣ୍ଡ, ଦୁଇ କହୁଣୀ, ପିଠି ଓ ଆଖି ଗଭୀର କ୍ଷତ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଦେହରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗ୍ରାମର ଲଳିତ ପ୍ରଧାନ, ପୁଅ ନାଳୁ ପ୍ରଧାନ ଓ ସଂପର୍କୀୟ ଲୁଲୁ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନାନୁସାରେ ଅପିନ୍ଦ୍ର ସଂକୀର୍ତ୍ତନ ଗୁରୁ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ତେବେ ତାଙ୍କର ଲଳିତଙ୍କ ସ୍ତ୍ରୀ ସହ ଅବୈଧ ପ୍ରେମ ସମ୍ପର୍କ ଥିଲା ଓ ପ୍ରାୟ ୩ ମାସ ହେଲା ସେ ଘର ଛାଡ଼ି ଅପିନ୍ଦ୍ରଙ୍କ ସହ ରହୁଥିଲେ। କିଛି ଦିନ ପରେ ନିଜ ଘରକୁ ଫେରିଥିବା ଲଳିତଙ୍କ ସ୍ତ୍ରୀ ପୁଣି ଥରେ ଘର ଛାଡ଼ି ଚାଲି ଯାଇଥିଲେ। ଏହା ପଛରେ ଅପିନ୍ଦ୍ରଙ୍କ ହାତ ଥିବା ସନ୍ଦେହ କରି ଗତକାଲି ତାଙ୍କୁ କଥାବାର୍ତ୍ତା କରିବା ଆଳରେ ଲଳିତ, ନାଳୁ ଓ ଲୁଲୁ କେନ୍ଦୁପତ୍ର ଫଡ଼ି ନିକଟକୁ ଡାକି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଛେଣ୍ଡିପଦା ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଚଳାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe