କ୍ରୋଧ ନିକଟରେ ସମ୍ପର୍କ ତୁଚ୍ଛ: ସ୍ୱାମୀର ଟାଙ୍ଗିଆବେଣ୍ଟ ମାଡ଼ରେ ପତ୍ନୀ ମୃତ

Advertisment

ମାଆକୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲା ପୁଅ

ମାଆକୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲା ପୁଅ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ସ୍ବାମୀର ଟାଙ୍ଗିଆବେଣ୍ଟ ମାଡ଼ରେ ପତ୍ନୀ ମୃତ

ଦେବଗଡ଼ : ସ୍ବାମୀର ଟାଙ୍ଗିଆବେଣ୍ଟ ମାଡ଼ରେ ପତ୍ନୀଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଜୟପିଛୁଳା ଗ୍ରାମରେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀ ଯୁଧିଷ୍ଠିର ମୁଣ୍ଡା(୪୦)କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଦୁଇଜଣ ବ୍ୟକ୍ତି ଯୁଧିଷ୍ଠିରଙ୍କ ଘରକୁ ଆସିଥିଲେ। ଏହି ସମୟରେ ଯୁଧିଷ୍ଠିର ସେଠାରେ ପହଞ୍ଚି ପତ୍ନୀ ପୁରାନି ମୁଣ୍ଡା(୩୬)ଙ୍କୁ ଗାଳିଗୁଲଜ କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆ ବେଣ୍ଟରେ ତାଙ୍କୁ ମାରପିଟ କରିଥିଲେ। ଏଥିରେ ପୁରାନିର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଯୁଧିଷ୍ଠିରକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ମାଆକୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲା ପୁଅ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ଗୁଣ୍ଡ୍ରା ପଞ୍ଚାୟତ ରାଙ୍କୁଡ଼ା ଗ୍ରାମରେ କେ.ବୃନ୍ଦାବନଙ୍କ ପତ୍ନୀ କେ.ଜୟନ୍ତୀ (୪୦)ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଘରୁ ତାଙ୍କ ଶବକୁ ଉଦ୍ଧାର କରାଯାଇଛି। ହେଲେ ଜୟନ୍ତୀଙ୍କୁ ବାପା ହିଁ ହତ୍ୟା କରିଛନ୍ତି ପୁଅ ରାକେଶ୍ ସଂଗିନ୍ ଅଭିଯୋଗ ଆଣିଛନ୍ତି।
ପ୍ରାଥମିକ ତଥ୍ୟରୁ ମିଳିଥିବା ସୂଚନାନୁସାରେ, ଜୟନ୍ତୀ ଓ ବୃନ୍ଦାବନଙ୍କ ମଧ୍ୟରେ ଗତକାଲି ରାତିରେ ଗଣ୍ଡଗୋଳ ହୋଇଥିଲା। ଆଜି ସକାଳେ ହଠାତ୍ ଜୟନ୍ତୀଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ଜୟନ୍ତୀଙ୍କ ଶବ ଚଟାଣରେ ପଡ଼ିଥିବା ବେଳେ ପାଖରେ ଗୋଟିଏ ଗଣ୍ଠି ପଡ଼ିଥିବା ଲୁଗା ମିଳିଥିଲା। ଫଳରେ ଜୟନ୍ତୀ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ବାମୀ ବୃନ୍ଦାବନ କହିଥିଲେ। କିନ୍ତୁ ଜୟନ୍ତୀଙ୍କୁ ବାପା ବୃନ୍ଦାବନ ହତ୍ୟା କରିଛନ୍ତି ବୋଲି ରାକେଶ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe