ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁର୍ମାକୋଟ ଗାଁରେ ବାହାଘରେ ହୋଇଥିବା  ଛୋଟ ଗଣ୍ଡଗୋଳରୁ ହୋଇଥିବା ହତ୍ୟା  ମାମଲାର ରାୟ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଅତିରିକ୍ତ ସେସନସ୍ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର।  ଅଭିଯୁକ୍ତ ଋଷି କରକରା, ମା’ଚମ୍ପାମଣି କରକରାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଦ୍ବୟକୁ  ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Advertisment

ସୂଚନା ଅନୁଯାୟୀ , ୨୦୨୧ ମସିହା ଅଗଷ୍ଠ ୬ତାରିଖ ଦିନ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କୁର୍ମାକୋଟ ଗାଁରେ ଅପରାହ୍ନ ୪ ଟାରେ ଗୋଟିଏ ବିବାହ ଭୋଜିରେ କ୍ଷେତ୍ରବାସୀ କରକରା ଏବଂ ସପନ କୁମାର ସାମଲଙ୍କ ମଧ୍ୟରେ ଝଗଡା ହୋଇଥିଲା।  

କ୍ଷେତ୍ରବାସୀଙ୍କୁ ସେହିଗାଁର ମଦନମୋହନ ଭତ୍ରା ମାରପିଟ୍ କରିଥିଲେ। ପରେ  ପରସ୍ପର ମଧ୍ୟରେ ମାମଲା ସମାଧାନ ହୋଇଥିଲା। କ୍ଷେତ୍ରବାସୀ ଘରକୁ ଯାଇ ଘଟଣା ସମ୍ପର୍କରେ  ପରିବାରବର୍ଗ କାହାରିକୁ କିଛି ନ କହି ଚୁପ୍ ହୋଇ  ରହିଯାଇଥିଲେ। ଏସମ୍ପର୍କରେ ଜାଣିବା ପରେ କ୍ଷେତ୍ରବାସୀଙ୍କ ବାପା ତୁମ୍ବନାଥ କରକରା, ତାଙ୍କ ସ୍ତ୍ରୀ ଚମ୍ପାମଣି କରକରା, ତାଙ୍କ ପୁଅ ଋଷି କରକରା ଏବଂ ତାଙ୍କ ସ୍ତ୍ରୀ ମାମି କରକରା ମଦନଙ୍କ ଘରକୁ ଯାଇଥିଲେ।

ତେବେ ମଦନ ଘରେ ଅନୁପସ୍ଥିତ ଥିଲେ। ତେବେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ବୋହୂ ମଧୁସ୍ମିତା ନାୟକଙ୍କୁ ବଳାତ୍କାର କରିବାକୁ ଧମକ ଦେଇ ସୁନା ଚେନ୍ ଛଡ଼ାଇ ନେବା ସହ ପରିବାର ସଦସ୍ୟଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏହି ଚାରି ଜଣ ଖଣ୍ଡା ଆଦି ମାରଣାସ୍ତ୍ର  ଧରି ମଦନଙ୍କ ଘରକୁ ଆସିଥିଲେ । ଏହି ଚାରିଜଣ  ମଦନମୋହନ ଭତ୍ରା ଏବଂ ଭାରତ କରକରାଙ୍କୁ ଆକ୍ରମଣ କରିଥିଲେ।

ଏଥିରେ ଗୁରୁତର ଅବସ୍ଥାରେ ମଦନମୋହନର ମୃତ୍ୟୁ ହୋଇଥିଲା। ଏ ନେଇ ମୃତ ମଦନଙ୍କ ମା’ ମରିଚମତୀ ଭତରା ତେନ୍ତୁଳିଖୁଣ୍ଟି ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଥିଲେ। 

ମରିଚମତୀଙ୍କ ଏତଲା କ୍ରମେ ତେନ୍ତୁଳିଖୁଣ୍ଟି ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରିଥିଲେ। ଘଟଣାର ତଦନ୍ତ କରି ଅଭିଯୁକ୍ତ ତୁମ୍ବନାଥ, ଚନ୍ଦ୍ରିକା, ଋଷି, ମାମିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।  ତଦନ୍ତ ପରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ ତେନ୍ତୁଳିଖୁଣ୍ଟି ପୁଲିସ । ମାମଲାଟି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ  ଅଦାଲତକୁ ବିଚାର ନିମନ୍ତେ  ଯିବା ପରେ କେଶ ନମ୍ବର ସି ଟି ୭୬/୨୦୨୧ ଅନୁଯାୟୀ ବିଚାର ଚାଲିଥିଲା ।

ମାମଲାରେ ମୋଟ ୨୯ ଜଣ ସାକ୍ଷୀଙ୍କ ବୟାନ ନିଆଯାଇଥିଲା। ସାକ୍ଷୀ ଚାଳିବା ସମୟରେ ଅଭିଯୁକ୍ତ ତୁମ୍ବନାଥଙ୍କର ନବରଙ୍ଗପୁର ଉପକାରଗାରରେ ମୃତ୍ୟୁ ହୋଇଥିଲା। ସମସ୍ତ ସାକ୍ଷ୍ୟପ୍ରମାଣକୁ ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତ  ଚମ୍ପାମଣି କରକରା ଓ ତାଙ୍କ ପୁଅ ଋଷି କରକରାକୁ ଦୋଷୀ ସାବ୍ୟସ୍ତ କରିଥିଲେ।  

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

ରାୟ ପ୍ରକାଶ କରି ଅଭିଯୁକ୍ତକୁ ଆଜୀବନ କାରା ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷ କୁମାର ମିଶ୍ର  ମାମଲା ପରିଚାଳନା କରୁଥିଲେ । ଏହି ମାମଲାରେ ବୋହୁ ମାମି କରକରା ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: ଦେଢ଼ ମାସରେ ୪,୫୯୯ ଛାତ୍ରଛାତ୍ରୀ ପାଲଟିଲେ କୃଷି ଶ୍ରମିକ

 Nabarangpur