ନୂଆ ମୋଡ଼ ନେଲା ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁୁଁଛନ୍ତି ନବଙ୍କ ପତ୍ନୀ

Advertisment

ନବ ଦାସ ହତ୍ୟା ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ନିକଟରେ ନବଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ। ଏବେ ପରିବାର ଏ ସଂକ୍ରାନ୍ତରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ନବ ଦାସ ହତ୍ୟା ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ନିକଟରେ ନବଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ। ଏବେ ପରିବାର ଏ ସଂକ୍ରାନ୍ତରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

naba das

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ନିକଟରେ ନବଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ। ଏବେ ପରିବାର ଏ ସଂକ୍ରାନ୍ତରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ ୧୧ ତାରିଖରେ ସ୍ବର୍ଗତ ଦାସଙ୍କ ପତ୍ନୀ ମିନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଥିବାରୁ ଶ୍ରୀମତୀ ଦାସ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଥିବା ଜଣାପଡ଼ିଛି। ଏ ନେଇ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଯିବାରୁ ଆବେଦନ ପ୍ରସଙ୍ଗକୁ ସ୍ବୀକାର କରିବା ସହ ଉଭୟ ଇ-ମେଲ୍‌ ଓ ଡାକ ଯୋଗେ ଚିଠି ପଠାଇ ସାକ୍ଷାତକାର ନିମନ୍ତେ ସମୟ ମଗାଯାଇଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆବେଦନପତ୍ର ଦେବା ପରେ ଏ ସମ୍ପର୍କରେ ଅଧିକ କିଛି କହିପାରିବେ ବୋଲି କହିଛନ୍ତି।

ସୂଚନାନୁସାରେ, ନବ ଦାସଙ୍କ ହତ୍ୟା ଘଟଣାକୁ ଇତିମଧ୍ୟରେ ୨ ବର୍ଷ ବିତିଛି। ଏପଟେ ମାମଲାର କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ସନ୍ଦେହ ପରିସରରୁ ମୁକୁଳି ପାରୁନାହିଁ। ବର୍ତ୍ତମାନର ଶାସକ ଦଳ ନେତାମାନେ ମଧ୍ୟ ସେ ସମୟରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ କେନ୍ଦ୍ର କରି ତଦନ୍ତକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ କ୍ରାଇମ୍‌ବ୍ରାଞ୍ଚ ସମ୍ମୁଖରେ ହାଜର ହୋଇ ଜଣାଇବାକୁ ନିକଟରେ ପୁଅ ବିଶାଳ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ନୋଟିସ୍‌ ହୋଇଥିଲା। କିନ୍ତୁ ଉଭ‌ୟ ହାଜର ନ ହୋଇ ସମୟ ମାଗିଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ହେଉଥିଲା। ପ୍ରାୟ ୨ ମାସ ତଳେ ଉଭୟ ବିଶାଳ ଓ ଦୀପାଳି ସିବିଆଇ ତଦନ୍ତ ପାଇଁ ଲିଖିତ ଆକାରରେ ଦେବେ ବୋଲି ମଧ୍ୟ ଗଣମାଧ୍ୟମରେ ବିବୃତି ରଖିଥିଲେ। ମାତ୍ର ଆବେଦନ ପାଇଁ ବିଳମ୍ବ ହେବାକୁ କେନ୍ଦ୍ର କରି ବିଭିନ୍ନ ମହଲରୁ ସମାଲୋଚନା ହେଉଛି। କିନ୍ତୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମ୍ଭବ ନ ହେବାରୁ ପରିବାର ଲୋକେ ବାଧ୍ୟ ହୋଇ ଇ-ମେଲ୍‌ ଓ ଡାକ ଯୋଗେ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe