ନିଶା ନିବାରଣ କେନ୍ଦ୍ରରେ ହତ୍ୟା ଅଭିଯୋଗ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଭୁବନେଶ୍ବରର ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି....

Murder charges filed at drug rehabilitation center

Murder charges filed at drug rehabilitation center Photograph: (sambad.in)

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ  ଘଟିଛି। ଭୁବନେଶ୍ବରର ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

କଟକ ଜିଲ୍ଲା ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଅଗଷ୍ଟ ୨୯ ତାରିଖ ଦିନ ଡିଅର ଲାଇଭ୍ ହିଲିଂ ନାମକ ନିଶା ନିବାରଣ କେନ୍ଦ୍ରରେ ସୂର୍ଯ୍ୟକାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା ।

ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଯାଇଥିଲା । କିନ୍ତୁ ପରିବାର ଲୋକେ ପହଞ୍ଚିବା ପରେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ ।

ମୃତ ଯୁବକଙ୍କ ବୟସ ୨୮ ବର୍ଷ । ତୁରନ୍ତ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର  ସଦସ୍ୟଙ୍କ ପକ୍ଷରୁ ଦାବି କରାଯାଇଛି । ତେବେ ଏନେଇ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Bhubaneswar | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe