ରାଇରଙ୍ଗପୁର: ବୋହୂ ଓ ପୁତୁରା ମିଶି ଶ୍ବଶୁରଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ବାଦାମପାହାଡ ଥାନା ଅନ୍ତର୍ଗତ ଧାଙ୍ଗୁଡ଼ିମୁତା ଗ୍ରାମର ପୁତକାର ସିଙ୍କୁ (୬୧)ଙ୍କୁ ତାଙ୍କ ପୁଅ ରୁକିଆ ସିଂଙ୍କୁଙ୍କ ସ୍ତ୍ରୀ ଯମୁନା ସିଙ୍କୁ ଓ ତାଙ୍କ ସମ୍ପର୍କୀୟ ପୁତୁରା ବେଗା ସିଙ୍କୁ ମିଶି ଏକ ରଶି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛନ୍ତି।

Advertisment

ଘଟଣା ପରିବାର ଲୋକେ ଜାଣିବା ପରେ ଅନୁଗୁଳକୁ ଡ୍ରାଇଭର ଭାବେ କାମ କରିବା ପାଇଁ ଯାଇଥିବା ମୃତକଙ୍କ ପୁଅ ରୁକିଆଙ୍କୁ ଖବର ଦେଇଥିଲେ। ପୁଅ ରୁକିଆ ଖବର ପାଇବା ପରେ ଘରକୁ ଫେରି ବାପାଙ୍କ ମୃତ ଦେହ ଦେଖି ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ବାଦାମପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଅ ନଥିବାବେଳେ ବୋହୂଙ୍କ ଅନୈତିକ ସମ୍ପର୍କ ଦେଖିଦେଲେ ଶ୍ବଶୁର

ଆହୁରି ପଢ଼ନ୍ତୁ:Impact of cyclone montha: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ରଖି ୨ ଜଳଭଣ୍ଡାରର ୬ ଗେଟ୍ ଖୋଲିଲା

ଅଭିଯୋଗ ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଜାଣିବାକୁ ପାଇଲା ଯେ ମୃତକଙ୍କ ପୁଅଙ୍କର ସ୍ତ୍ରୀ ଯମୁନା ଓ ସେହି ଗ୍ରାମର ବେଗା ଓରଫ (ଟିଙ୍କୁ)ସିଙ୍କୁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା। ପୁଅ ରୁକିଆ ଘରେ ଅନୁପସ୍ଥିତ ଥିବା ଯୋଗୁ ଵେଗା ଓ ଯମୁନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅକ୍ଟୋବର୍ ୨୫ ତାରିଖ ଦିନ ଯମୂନା ଓ ବେଗାଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଶଶୁର ପୁତକାର ଦେଖି ଦେଇଥିଲେ ।

ଅନୈତିକ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇ ଦେବେ ଭାବି ଉଭୟ ମିଶି ପୁତକାରଙ୍କୁ ଏକ ରଶି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ। ଉଭୟ ମିଶି ହତ୍ୟା କରିଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଥିଲେ। ଏନେଇ ବାଦାମପାହାଡ ଥାନାରେ କେସ ନଂ ୧୫୧/୨୫ ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଆସନ୍ତାକାଲି ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁସୂଚନା ମିଳିଛି ।

 ଆହୁରି ପଢ଼ନ୍ତୁ:Mao leader replied by releasing video: ଆତ୍ମସମର୍ପଣ ନକ୍ସଲଙ୍କୁ ଗଦ୍ଦାର କହିଲା କେନ୍ଦ୍ରୀୟ ସମିତି, ଭିଡିଓ ଜାରି କରି ଉତ୍ତର ରଖିଲେ ମାଓନେତା ରୂପେଶ

ତୁଷାରକାନ୍ତ ମୋହନ୍ତା