ମାଲକାନଗିରି: ଚଳିତ ମାସରେ ୩୦୦ରୁ ଉର୍ଦ୍ଧ୍ବ ନକ୍ସଲ ବନ୍ଧୁକ ସହ ସରକାରଙ୍କ ନିକଟରେ ଆତ୍ମସମର୍ପଣ କଲେ। ଯାହାକୁ ହଜମ କରିପାରି ନଥିଲେ ମାଓ ସଂଗଠନର କେନ୍ଦ୍ରୀୟ ସମିତି। ତୁରନ୍ତ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସସ୍ତଙ୍କୁ ଗଦ୍ଦାର ବୋଲି ଆଖ୍ୟା ଦେବା ସହ ସେମାନଙ୍କୁ ଜନତା କେବେ ମଧ୍ୟ କ୍ଷମା କରିବେ ନାହିଁ ବୋଲି ସମିତି କହିଛି।

Advertisment

ଏଥିସହ ସମସ୍ତଙ୍କୁ ଜନତା ନିଶ୍ଚିତ ରୂପେ ଦଣ୍ଡ ଦେବ ବୋଲି ମଧ୍ୟ ଧମକ ଦେଇଥିଲେ। ତେବେ ଏହାର ଉତ୍ତରରେ କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶ ଏକ ଭିଡିଓ ଜାରି କରି ନକ୍ସଲ ସଂଗଠନର କେନ୍ଦ୍ରୀୟ ସମିତିକୁ ଏହାର କାରଣ ବୁଝାଇଥିଲେ। ଏଥିସହ ସେମାନେ ଯେତେବେଳେ ବି ଯେଉଁଠିକୁ ଡାକିଲେ ପହଞ୍ଚିବେ ଏବଂ ସେମାନଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ରୂପେଶ ଦୃଢତାର ସହ କହିଥିଲେ।

ଆହୁରି ପଢ଼ନ୍ତୁ:Combating cyclone montha: ମାଲକାନଗିରିରେ ୧୫୩ ଗର୍ଭବତୀ ମହିଳା ମା’ଗୃହରେ

ଆତ୍ମସମର୍ପଣ କରିବା ତାଙ୍କର ନିଜସ୍ବ ମତ

ଆତ୍ମସମର୍ପଣ କରିବା ତାଙ୍କର ନିଜସ୍ବ ମତ। ଅନ୍ୟ ଯେଉଁ କ୍ୟାଡର ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କର ମଧ୍ୟ ନିଜସ୍ବ ମତ। ମୁଁ କେବେ ମଧ୍ୟ ତାଙ୍କୁ ସଂଗଠନ ଛାଡିବା ପାଇଁ ପ୍ରବର୍ତ୍ତାଇ ନଥିବା ସେ କହିଥିଲେ। ସଂଗଠନର ମହାସଚିବ ବାସବରାଜୁ ଦାଦାଙ୍କ ମତ ଥିଲା ଯେ କିଛି ସମୟ ପାଇଁ ଅସ୍ତ୍ର ବିରତି କରି ଏକ ଆଲୋଚନା କରିବା।

୬ ମାସ ଧରି ଅସ୍ତ୍ର ବିରତି କରିବା ପରେ କେନ୍ଦ୍ରୀୟ କମିଟି ଏବଂ ପଲିଟିବ୍ୟୁରୋ କମିଟିର ବୈଠକ ହେବା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ ବୋଲି ସେ ବୁଝାଇଥିଲେ। କିନ୍ତୁ ହଠାତ୍ ସେ ସହିଦ ହେବା ପରେ ସବୁ ବିଗିଡି ଯାଇଥିଲା। ସଂଗଠନରେ କିଏ କାହାକୁ ଭୟ ନକରିବା ସହ ମନଇଛା ନିଷ୍ପତ୍ତି ନେଉଥିଲେ।

କିଛି ସ୍ବାର୍ଥ ଓ ନିଜର ବ୍ୟକ୍ତିଗତ କାରଣ ଯୋଗୁ ପଲିଟିବ୍ୟୁରୋ ସଦସ୍ୟ ହିଡମା,ଦେବଜୀ, ବାରସେ ଦେବା,ପପ୍ପୁ ରାଓ ପ୍ରମୁଖ ତଳ ଶ୍ରେଣୀର ନକ୍ସଲମାନଙ୍କୁ ଏହି ସୂଚନା ପ୍ରଦାନ କରିନଥିଲେ। ବର୍ତ୍ତମାନ ପରିସ୍ଥିତି ଠିକ ନଥିବା ମୁଁ ଅନ୍ୟମାନଙ୍କୁ ବୁଝାଇଥିଲି। ଯଦି ଏବେ ଆମେ ଲଢିବା ତେବେ ଆମେ କେବେ ମଧ୍ୟ ଶତ୍ରୁକୁ ହରାଇପାରିବା ନାହିଁ। ଶେଷରେ ଜୀବନ ହାରିବା। ଜୀବନ ବଞ୍ଚାଇ ଲୋକଙ୍କୁ ସେବା କରିବା ବୋଲି ମୁଁ ଚିନ୍ତା କରି ଆସ୍ତ୍ର ବିରତି କରିବାକୁ ଚିନ୍ତା କଲି।

ଆହୁରି ପଢ଼ନ୍ତୁ:Vegetable Prices Surge In Bhubaneswar: ରାଜଧାନୀ ପନିପରିବା ଦର ଉପରେ ସରକାରଙ୍କ କଡ଼ା ନଜର ଥିବା ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱାସନା

ଅନ୍ୟ ନକ୍ସଲମାନେ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇ ନିଜେ ନିଜେ ପୁଲିସ ନିକଟରେ ଆତ୍ମସମର୍ପଣ କଲେ। ତେଣୁ ଆମେ ଆଜି ବି ସଂଗଠନର ଲକ୍ଷ୍ୟ ଓ ଉଦେଶ୍ୟକୁ କୌଣସି ଆଘାତ ଦେଇ ନାହୁଁ। ଆମେ ଏବେ ବି ଲୋକଙ୍କ ସହ ଜଡିତ ରହି କାମ କରିବୁ। କିନ୍ତୁ ବନ୍ଧୁକ ଧରି ନୁହେଁ,ବରଂ ଲୋକଙ୍କ ସହ ଯୋଡି ହୋଇ ସେମାନଙ୍କର ଉନ୍ନତି କରିବୁ। ସିସି ମେମ୍ବର ସୋନୁ,ରୂପେ ଏବଂ ମୁକେଶଙ୍କର ଆତ୍ମସମର୍ପଣ ସଂଗଠନର ଅନ୍ୟ ନେତାଙ୍କୁ ଏବେ ଚିନ୍ତାରେ ପକାଇଛି। ତେଣୁ ଆଗକୁ ଆହୁରି ଅନେକ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି କୁହାଯାଇଛି।


ପ୍ରେମେନ୍ଦ୍ର ପରିଚ୍ଛା