ପରକୀୟା ପ୍ରୀତିରୁ ହତ୍ୟା: ପଥରରେ ବାନ୍ଧି ପାୱାର ଚ୍ୟାନେଲ୍‌ରେ ଫିଙ୍ଗିଦେଲେ,୨ ଗିରଫ

Advertisment
ପରକୀୟା ପ୍ରୀତିରୁ ହତ୍ୟା: ପଥରରେ ବାନ୍ଧି ପାୱାର ଚ୍ୟାନେଲ୍‌ରେ ଫିଙ୍ଗିଦେଲେ,୨ ଗିରଫ

ସମ୍ବଲପୁର: ସ୍ତ୍ରୀ ସହ ଅନ୍ୟ ଜଣେ ଯୁବକର ପରକୀୟା ପ୍ରୀତି। ଏହା ଶୁଣିବା ପରେ ସ୍ବାମୀ ରକ୍ତ ଚାଉଳ ଚୋବାଇଥିଲେ। ଶେଷରେ ମହିଳାଙ୍କ ଭାଇ ସହ ମିଶି ପରକୀୟା ପ୍ରୀତି ରଖିଥିବା ଯୁବକଙ୍କୁ ହତ୍ୟା କରିଥିଲେ। ଏଭଳି ଘଟଣା ଘଟିଛି ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରେ। ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏ ମୃତକଙ୍କ ମା ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ପାଣି ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାୟାଇଥିବା ସମ୍ବଲପୁର ଏସ୍‌ପି ସୂଚନା ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ଏସ୍‌ ବାଦି ଓ ତାଙ୍କ ସ୍ତ୍ରୀଙ୍କ ୬ ମାସ ହେବ କ୍ଷେତରାଜପୁର ଥାନା ବଡବଜାର ମାଝୀପଡ଼ା ସ୍ଥିତ ତାଙ୍କ ଶ୍ବଶୁର ଘରେ ରହୁଥିଲେ। ଉଭୟଙ୍କର ୨ଟି ଛୁଆ ମଧ୍ୟ ଅଛି। ତେବେ ମହିଳା ଜଣକ ଶ୍ବଶୂର ଘରେ ଥିବା ବେଳେ ସୁବିନ୍ଦ କୁଅଁର(୨୬)ଙ୍କ ସହ ପରକୀୟା ପ୍ରୀତି ଆରମ୍ଭ ହୋଇଥିଲା। ପରେ ମହିଳା ଓ ତାଙ୍କ ସ୍ବାମୀ ବଡବଜାର ମାଝୀପଡ଼ାକୁ ଚାଲି ଆସିଥିଲେ। ତେବେ ସୁବିନ୍ଦ ଉକ୍ତ ମହିଳାଙ୍କ ପାଇଁ ବଡବଜାରକୁ ଆସୁଥିବା ମଧ୍ୟ ଅନେକ ଦେଖିଥିବା କହିଛନ୍ତି। ତେବେ ଏ କଥା ମହିଳାଙ୍କ ପରିବାର ଲୋକେ ଜାଣିବା ପରେ ମହିଳାଙ୍କୁ ତାଗିଦ କରାଯାଇଥିଲା। ତାପରେ ସମସ୍ତେ ମିଶି ସୁବିନ୍ଦକୁ ରାସ୍ତାରୁ ହଟାଇବାକୁ ଯୋଜନା ବନାଇଥିଲେ। ଯୋଜନା ମୁତାବକ ମହିଳା ଜଣକ ସୁବିନ୍ଦଙ୍କୁ ଦେଖାକରିବାକୁ ମଙ୍ଗଳବାର ଦିନ ମା’ ସମଲେଶ୍ବରୀ ମନ୍ଦିର ଡାକିଲେ। କିନ୍ତୁ ସେଠାରେ ଦେଖା କଲେନି। ତାପରେ ଘରକୁ ଆସିବାକୁ କହିଥିଲେ। ସୁବିନ୍ଦ ତାଙ୍କ ଘରକୁ ଯାଇ କିଛି ବୁଝିବା ଆଗରୁ ତାଙ୍କ ଉପରେ ଆକ୍ରମଣ ହୋଇଯାଇଥିଲା। ମାଡ଼ ମାରି ତାଙ୍କୁ ହାତ ଗୋଡ଼ ଭାଙ୍ଗି ଦେବା ସହ ମୁଣ୍ଡ ବି ଫଟାଇ ଦେଇଥିଲେ। ତେବେ ବହୁ କଷ୍ଟରେ ସେ ଯେତେବେଳେ ସେଠାରୁ ଖସିବାକୁ ଚେଷ୍ଟା କରିଥିଲେ। ମହିଳାଙ୍କ ସ୍ବାମୀ ଓ ଭାଇ ତାଙ୍କୁ ଗୋଡ଼ାଇଥିଲେ। ହାତ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଅଧିକ ବାଟ ଯାଇପାରି ନଥିଲେ।

ଗାଡ଼ିରେ ବସାଇ ନେଇଗଲେ, ପଥର ବାନ୍ଧି ଫୋପାଡିଦେଲେ

ସୁବିନ୍ଦଙ୍କୁ ଧରିବା ପରେ ମହିଳାଙ୍କ ସ୍ବାମୀ ଓ ଭାଇ ପୁଣି ମାଡ଼ ମାରିଥିଲେ। କିଛି ଲୋକ କାହିଁକି ମାଡ଼ ମାରୁଛ ବୋଲି ବିରୋଧ କରିଥିଲେ। ଏଇଟା ଆମ ପରିବାର ମାମଲା, ବିରୋଧ କଲେ ତୁମକୁ ବି ମାରିବୁ ବୋଲି ଉଭୟ ଧମକ ଦେଇଥିବା କିଛି ଲୋକ କହିଛନ୍ତି। ତଥାପି ବିରୋଧ ହେବାରୁ ଉଭୟେ ଏକ ଗାଡ଼ିରେ ସୁବିନ୍ଦକୁ ଧରି ଥାନାକୁ ଯାଉଛୁ ବୋଲି କହି ସେଠାରୁ ଚାଲିଥିଲେ। କିନ୍ତୁ ଥାନାକୁ ନ ନେଇ ଅଠରହଜାର ପାଖ ପାୱାର ଚ୍ୟାନେଲ୍‌ ଅଞ୍ଚଳକୁ ନେଇଯାଇଥିଲେ। ବାଟରେ ତାଙ୍କୁ କିଛି ଲୋକ ପ୍ରଶ୍ନ ମଧ୍ୟ କରିଛନ୍ତି, କିନ୍ତୁ ଦୁର୍ଘଟଣାରେ ଆହତ ହୋଇଛନ୍ତି, ବୁର୍ଲା ଭିମ୍‌ସାର୍‌ ନେଉଛୁ ବୋଲି କହି ଲୋକଙ୍କୁ ଚକମା ଦେଇ ଖସିଯାଇଛନ୍ତି। ଅଠର ହଜାର ନିକଟରେ ସୁବିନ୍ଦଙ୍କ ହାତ ଗୋଡ଼ ବାନ୍ଧିବା ପରେ ତାଙ୍କ ଶରୀରରେ ବଡ଼ ବଡ଼ ପଥର ବାନ୍ଧିଦେଲେ। ତାପରେ ତାଙ୍କୁ ପାଣି ଭିତରକୁ ଫୋପାଡ଼ି ଦେଲେ। ତେବେ ଗୁରୁବାର ସୁବିନ୍ଦ ନିଖୋଜ ଥିବା ନେଇ ଅଭିଯୋଗ କରିବା ସହ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe