image source-youtube
ନୟାଗଡ଼/ଗଣିଆ: ଯୌତୁକ ପାଇଁ ସ୍ବାମୀ ସାଜିଲା ସୈତାନ। ସାମାନ୍ୟ କେତେ ଟଙ୍କା ନମିଳିବାରୁ ସ୍ତ୍ରୀକୁ ଜୀବନରୁ ମାରି ଦେବା ଭଳି ନୃଶଂସ କାଣ୍ଡ ଭିଆଇଲା ସ୍ବାମୀ । ହତ୍ୟାକାଣ୍ଡର ୪ ଦିନ ପରେ ଶବ ଉଦ୍ଧାର ହୋଇଛି। ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତ ଅନ୍ତର୍ଗତ ଛାଡମୂଳ ଗ୍ରାମରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଛାଡ଼ମୂଳର ରୀନାରାଣୀ ନାହାକ ୧୫ ବର୍ଷ ତଳେ କଟକ ଜିଲ୍ଲାର ନରସିଂହପୁର ବ୍ଲକ ଜିଲିଣ୍ଡାର ହିମାଂଶୁ ନାୟକଙ୍କୁ ବିବାହ କରିଥିଲେ। ବାହାଘର ପରେ ହିମାଂଶୁ ପତ୍ନୀଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲା । ସବୁବେଳେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା, ଯେଉଁଥିପାଇଁ ସ୍ତ୍ରୀ ରୀନା ଗତ ୩ମାସ ହେଲା ଆସି ବାପଘର ଗଣିଆ ଛାଡ଼ମୂଳରେ ରହୁଥିଲେ। ଏଭଳି ସ୍ଥିତିରେ ସ୍ୱାମୀ ହିମାଂଶୁ ଗତ ସୋମବାର (୨୩ତାରିଖ) ଶ୍ବଶୂର ଘରକୁ ଆସି ନିଜ ସ୍ତ୍ରୀ ଓ ଦୁଇପୁଅ ଓ ଝିଅକୁ ନେଇ ନିଜ ଗ୍ରାମକୁ ନେଇ ଯାଇଥିଲେ। ସେତେବେଳେ ଶ୍ବଶୂର ବସନ୍ତ ନାହାକ ଉପସ୍ଥିତ ନଥିଲେ। କିନ୍ତୁ ପତ୍ନୀ ଉପରେ ପୂର୍ବ ରାଗ ଥିବାରୁ ସେ ବାଟରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଘଟଣା ଦିନ ବସନ୍ତ ଘରେ ଆସି ପହଞ୍ଚି ନିଜ ଝିଅ ଓ ନାତି, ନାତୁଣୀକୁ ନଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ପଡ଼ୋଶୀଙ୍କୁ ଠାରୁ ଜ୍ବାଇଁ ଆସି ଝିଅକୁ ନେଇ ଯାଇଥିବା ଖବର ପାଇଥିଲେ।
ଏହା ପରେ ଜ୍ବାଇଁଙ୍କୁ ଫୋନ୍ କରି ଝିଅ ବାବଦରେ ପଚାରିଥିବା ବେଳେ , ସେ ତାଙ୍କ ଝିଅ ବିଷୟରେ ଜାଣିନଥିବା କେବଳ ନିଜ ପୁଅକୁ ସାଙ୍ଗରେ ଆଣିଥିବା ବାହାନା ଦେଖାଇଥିଲେ। ଏଭଳି ସ୍ଥଳେ ଗତ ୨୩ତାରିରୁ ରୀନା ନିଖୋଜ ଥିବା ନେଇ ତାଙ୍କ ବାପା ଗଣିଆ ଥାନାରେ ଏତଲା ଦେଇଥିଲେ।
Follow Us