ଯୌତୁକ କାରଣରୁ ନବବଧୂକୁ ହତ୍ୟା ଅଭିଯୋଗ

Advertisment
ଯୌତୁକ କାରଣରୁ ନବବଧୂକୁ ହତ୍ୟା ଅଭିଯୋଗ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଯୌତୁକ ଜନିତ କାରଣରୁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ  ହୋଇଛି। ନବବଧୂଙ୍କ ବାପଘର ଲୋକେ ପୁଲିସ ନିକଟରେ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ସୁମିତ୍ରା ପରିଡା।

ସୂଚନା ଅନୁସାରେ ସୁମିତ୍ରା ଆଜକୁ ୬ ମାସ ତଳେ ଗଡ଼ପଳାଶୁଣି ଗାଁର ରଞ୍ଜିତ ବେହେରାକୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ରଞ୍ଜିତଙ୍କୁ ‌ଆବଶ୍ୟକ ଜିନିଷପତ୍ର ମିଳିଥିଲା। କିନ୍ତୁ ଏତିକିରେ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ଯୌତୁକ ବାବଦକୁ ୫୦ ହଜାର ଟଙ୍କା ଓ ଗୋଟିଏ ଟିଭିକୁ ନେଇ ସୁମିତ୍ରାଙ୍କୁ ଶାଶୂଘର ଲୋକ ନିର୍ଯ୍ୟାତନା ଦେଇ ଆସୁଥଲେ । ଏହାକୁ ନେଇ ସୁମିତ୍ରା ନିଜ ବାପଘର ଲୋକଙ୍କୁ ଏ ବିଷୟରେ କହିଥିଲେ। ମାତ୍ର ଶନିବାର ଶାଶୂଘର ଲୋକେ ତାଙ୍କୁ ମାଡ଼ ମାରି ଘରେ ରଶିରେ ଝୁଲେଇ ଦେଇଥିବା ପରିବାର ଲୋକେ କହିଛନ୍ତି । ଏ ନେଇ ଅଭିଯୋଗ ପାଇବା ପରେ ପରଜଙ୍ଗ ପୁଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe