ମଣ୍ଡି ଟଙ୍କା ପାଇଁ ମୁଣ୍ଡ ଗଡ଼ିଲା; ଜଣେ ମୃତ, ୭ ଗୁରୁତର, ଆହତ ବୁର୍ଲା ଓ କଟକ ସ୍ଥାନାନ୍ତର

Advertisment
ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଗୁରୁତର

Sambad English

କଣ୍ଟାମାଳ : ମଣ୍ଡିରେ ଧାନ ବିକ୍ରି ହେବାପରେ ଟଙ୍କା ଭାଗବଣ୍ଟାକୁ ନେଇ ପାରିବାରିକ ଗଣ୍ଡଗୋଳରେ ଜଣକ ଜୀବନ ଯାଇଛି।  ଜଣେ ବର୍ଷକର ଶିଶୁ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲେ ଗାଁରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି।

ମୃତକ ହେଲେ ସୁବଳ ମେହେର। ସୂଚନା ଅନୁସାରେ, ଗ୍ରାମର ବାଳକୃଷ୍ଣ ମେହେର ଏବଂ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରି କରିଥିଲେ। ହେଲେ, ଧାନ ବିକ୍ରି ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାରେ ପଡ଼ିଥିଲା। ପରେ ଉକ୍ତ ଟଙ୍କା ଭାଗବଣ୍ଟାକୁ ନେଇ ବାଳକୃଷ୍ଣ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ଧାରଣ କରିବା ସହ ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ବାଳକୃଷ୍ଣଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ରାମଚନ୍ଦ୍ରଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଲଳିତା ମେହେର, ପ୍ରଦୀପ ମେହେର, ସୁବଳ ମେହେର ଓ ୧ ବର୍ଷର ଶିଶୁ ଆବାହନା ମେହେର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସୋନପୁର ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁବଳ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୁରୁତରମାନେ ବୁର୍ଲାରେ ଚିକିତ୍ସାଧୀନ ଥିଲାବେଳେ ୩ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।

ମନମୁଣ୍ଡା ପୁଲିସ ଏନେଇ ଏକ ମାମଲା ଦାୟର କରି ଏହାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ମନମୁଣ୍ଡା ଥାନାଧିକାରୀ ଅଶ୍ବିନୀ ଭିତିରିଆଙ୍କୁ ପଚାରିବାରୁ ଉଭୟ ପକ୍ଷ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ କାହାରିକୁ ଗିରଫ କରାଯାଇ ନାହିଁ ଏବଂ ତଦନ୍ତରେ ଅଗ୍ରଗତି ହେଉନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe