ପୁଲିସ ଇନ୍‌ଫର୍ମର ସନ୍ଦେହରେ ଘରୁ ଡାକିନେଇ ହତ୍ୟା; ମୃତଦେହ ନିକଟରେ ମାଓପୋଷ୍ଟର

Advertisment
ପୁଲିସ ଇନ୍‌ଫର୍ମର ସନ୍ଦେହରେ ଘରୁ ଡାକିନେଇ ହତ୍ୟା; ମୃତଦେହ ନିକଟରେ ମାଓପୋଷ୍ଟର

ବାଲିଗୁଡ଼ା/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପୁଲିସ ଇନ୍‌ଫର୍ମର ସ‌ନ୍ଦେହରେ ଜଣକୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ନକ୍ସଲମାନେ ଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ନୀଳକଣ୍ଠ ମଲ୍ଲିକ। ହତ୍ୟା ପରେ ମାଓବାଦୀମାନେ ଏକାଧିକ ଦାବି କରି ମୃତଦେହ ନିକଟରେ କେକେବିନଏନ୍‌ ସଂଗଠନର ମାଓପୋଷ୍ଟର ଛାଡ଼ି ପଳାୟନ କରିଛନ୍ତି।

publive-image

ସୂଚନା ଅନୁସାରେ ବାଲିଗୁଡ଼ା ଥାନା ଟିକରବାଜୁ ନିକଟସ୍ତ କୁନାସଲୁ ଗ୍ରାମର ନୀଳକଣ୍ଠ ମଲ୍ଲିକଙ୍କୁ ପୁଲିସ ଇନଫର୍ମର ଅଭିଯୋଗରେ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ କନ୍ଧମାଳ–କଳାହାଣ୍ଡି ସୀମାନ୍ତ ସିନ୍ଧି ଜଙ୍ଗଲରେ ମାଓକ୍ୟାମ୍ପ ଥିବା ସୂଚନା ପାଇ କନ୍ଧମାଳ ପୁଲିସ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀ ସୁରକ୍ଷା କର୍ମୀ ମୁହାମୁହିଁ ହୋଇଥିଲେ। ଦୀର୍ଘ ସମୟ ଗୁଳିବିନିମୟ ପରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସୁରକ୍ଷାବାହିନୀର ଯବାନମାନେ ବହୁ ମାଓ ସାମଗ୍ରୀ ଜବତ କରିଥିଲେ। ତେଣୁ ନକ୍ସଲମାନେ ସେହି ସ୍ଥାନରେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ପ୍ରତିଶୋଧ ନେଇଥିବା କହିଛନ୍ତି। ମାଓ ପୋଷ୍ଟର କେକେବିଏନ୍‌ ସଙ୍ଗଠନ ପକ୍ଷରୁ ଲାଗିଥିବା କୁହାଯାଉଛି। ଏ ନେଇ ପୁଲିସ ପକ୍ଷରୁ କିଛି କୁହାଯାଇ ନାହିଁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe