ସ୍ତ୍ରୀକୁ ଗୁଳି କରି ହତ୍ୟା

Advertisment
ସ୍ତ୍ରୀକୁ ଗୁଳି କରି ହତ୍ୟା

ydr.com

ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅର୍ଜୁନପୁର ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଗୁଳି କରି ହତ୍ୟା କରିଛି ସ୍ୱାମୀ। ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅର୍ଜୁନପୁର ଗ୍ରାମର ଗୌତମ ପୁହାଣ(୩୨) ଭଦ୍ରକର ଚରମ୍ପା ନିକଟବର୍ତ୍ତୀ ଡାହାଣୀଗଡିଆ ଅଞ୍ଚଳରେ ଘର ଭଡ଼ା ନେଇ ପତ୍ନୀ ଅନ୍ନପୂର୍ଣର୍ା ସହ ରହୁଥିଲେ। ଗୌତମ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଗତ କିଛି ଦିନ ହେଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ଥିଲା। ଆଜି ଅନ୍ନପୂର୍ଣ୍ଣା ଗୌତମଙ୍କୁ ମୁଣ୍ଡ ଖରାପ ହୋଇଯାଇଛି ବୋଲି କହି ଡାକ୍ତର ପାଖକୁ ଯିବାକୁ କହିଥିଲେ। ଏଥିରେ ଉତ୍ତେଜିତ ହୋଇ ଗୌତମ ପାଖରେ ରଖିଥିବା ଏକ ବନ୍ଧୁକ ବାହାର କରି ନିଜ ସ୍ତ୍ରୀ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇ ଦେଇଥିଲା। ଘଟଣାସ୍ଥଳରେ ଅନ୍ନପୂର୍ଣର୍ାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇଁ ଘଟଣାସ୍ଥଳରେ ଭଦ୍ରକ ଟାଉନ ପୁଲିସ ପହଞ୍ଚି ଅନ୍ନପୂର୍ଣର୍ାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe