ବ୍ରହ୍ମପୁର: ଫାଷ୍ଟଗେଟ୍ ଡୁଡୁମା କଲୋନି ନିକଟ ଆଚାର୍ଯ୍ୟ ବିହାର ଅଂଚଳରେ ରାତି ପ୍ରାୟ ସାଢ଼େ ୯ଟାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଖବର ପାଇ ବଡ଼ବଜାର ଏବଂ ସଦର ଥାନା ପୁଲିସ ସେଠାରେ ପହଁଚିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଶବକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସେ ହେଲେ ଉକ୍ତ ଆଚାର୍ଯ୍ୟବିହାର ଅଂଚଳର ସନାତନ ଚୌଧୁରୀ(୫୬)। ଜଣେ ବସ୍ ହକର୍ ଭାବେ ସେ କାମ କରୁଥିଲେ। କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା, ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ପୁଲିସ ତା’ର ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ତେବେ ହତ୍ୟା ହୋଇଥିବା ସ୍ଥାନଟି କେଉଁ ଥାନା ଅଧୀନରେ ରହିଛି, ସେନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ତେବେ ତାହା ସଦର ଥାନା ଅଧୀନ ଆମ୍ବଗଡ଼ ପଂଚାୟତରେ ଥିବା ବଡ଼ବଜାର ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
ବ୍ରହ୍ମପୁରରେ ବସ୍ ହକର୍ଙ୍କୁ ହତ୍ୟା
Advertisment
Follow Us