ପାରିବାରିକ କଳହରୁ ବୀଭତ୍ସ ହତ୍ୟା: ଟଙ୍କା ନ ଦେବାରୁ ସ୍ତ୍ରୀକୁ ହାଣିମାରିଲା ସଇତାନ ସ୍ୱାମୀ

Advertisment
ବ୍ରହ୍ମପୁରରେ ବସ୍‌ ହକର୍‌ଙ୍କୁ ହତ୍ୟା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଆଖୁପଦର ଗ୍ରାମରେ ରାଜୁ ମୂଳି ନିଜ ପତ୍ନୀ ଗୀତାଞ୍ଜଳୀ ମୂଳିକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଗୀତାଞ୍ଜଳୀଙ୍କ ମାଆ ଜୟନ୍ତୀ ମୂଳିଙ୍କ ଅଭିଯୋଗ ପ୍ରକାରେ ପୁଲିସ୍ ଅଭିଯୁକ୍ତ ସ୍ବାମୀ ରାଜୁକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ କେସ୍ ନମ୍ବର ୪୩୬ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛତ୍ରପୁରରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ଛାନଭିନ କରିବା ସହ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି।

ରାଜୁ ଗୀତାଞ୍ଜଳୀ ସହ ୨୨ବର୍ଷ ପୂର୍ବେ ବିବାହ କରିଥିଲେ। ସେମାନଙ୍କ ୨ଟି ସନ୍ତାନ ରହିଥିବା ବେିଳେ ବଡ ଝିଅର କୌଣସି କାରଣରୁ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ପୁଅ ରାଜ୍ୟ ବାହାରେ ରହି କାମ କରୁଛି। ଗ୍ରାମରେ ସ୍ବାମୀ ସ୍ତ୍ରୀ ମିଶି ରହୁଥିବା ବେଳେ ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା। ଗତକାଲି ରାତିରେ ସେ ତାର ପତ୍ନୀକୁ କିଛି ଟଙ୍କା ମାଗିଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଝଗଡା ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ରାଜୁ କୌଣସି ଧାରୁଆ ଅସ୍ତ୍ରରେ ଗୀତାଞ୍ଜଳୀକୁ ଆକ୍ରମଣ କରି ମୁଣ୍ଡ ପଛପଟରେ ଗଭୀର ଆଘାତ କରିଥିଲା। ଆଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପୁଲିସ୍ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe