ଶ୍ରମିକକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ଦୁର୍ବୃତ୍ତ; ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ, ଜଣେ ଅଟକ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କୁମରକାନି ଗ୍ରାମର କଳସୀବୁଡ଼ା ଘାଟରେ ଏଲ୍‌ ଆଣ୍ଡ ଟି ପକ୍ଷରୁ ଏକ ପାଣି ଟାଙ୍କି ନିର୍ମାଣ ଚାଲିଥିବା ବେଳେ ସେଠାରେ କାର୍ଯ୍ୟରତ ଜଣେ ଅଣ ଓଡ଼ିଆ ଶ୍ରମିକ ବାବୁଲୁ ମାଣ୍ଡି(୩୫)ଙ୍କୁ କେହି ଦୁର୍ବୃତ୍ତ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରି ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି। ଘଟଣା ସ୍ଥଳରେ ରକ୍ତ ଯୁଡ଼ୁବୁଡୁ କାଠ ଫାଳିଆ, ମଦ ବୋତଲ, ରୋଷେଇ ସାମଗ୍ରୀ ପଡ଼ିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ କେହି ଦୃବୁର୍ତ୍ତ ଶ୍ରମିକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି।

ତେବେ ଘଟଣାସ୍ଥଳରୁ କମ୍ପାନିର ସମସ୍ତ କର୍ମଚାରୀ ଏବଂ ଶ୍ରମିକ ଫେରାର ଥିବା ବେଳେ ମନମୁଣ୍ଡା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଜବତ କରି ବ୍ୟବଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇ ଦେଇଛି। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ବୌଦ୍ଧରୁ ଅତିରିକ୍ତ ଏସପି ସାଇଣ୍ଟିଫିକ ଟିମ ସହିତ ଆସି ତଦନ୍ତ ଜାରି ରଖିଛନ୍ତି। ମୃତକ ବାବୁଲୁ ମାଣ୍ଡି ଝାରଖଣ୍ଡ ରାଜ୍ୟ ପୁର୍ବ ସିଂହଭୁମି ଜିଲ୍ଲାର ହୋଇଥିବା ବେଳେ ତାଙ୍କର ଜଣେ ସହକର୍ମୀ ଭୋଳାନାଥ ବେଶ୍ରାକୁ ପୁଲିସ ଅଟକ ରଖିଛି। ଖୁବଶୀଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ ସହିତ ହତ୍ୟାକାରୀକୁ ଗିରଫ କରାଯିବ ବୋଲି ଥାନାଧିକାରୀ ଅଶ୍ବିନୀ ଭିତିରିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe