ଦାଦାକୁ ଗାଡ଼ିରେ ନେଇ ହତ୍ୟା!

Advertisment
ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

କେନ୍ଦ୍ରାପଡ଼ା : ଗାଡ଼ିରେ ବୁଲିବାକୁ ଡାକି ନେଇ ଦାଦାକୁ ହତ୍ୟା କଲା ସ˚ପର୍କୀୟ ପୁତୁରା। ପରିବାର ଲୋକ ଏ ସ˚କ୍ରାନ୍ତରେ ଅଭିଯୋଗ କରିବାକୁ ସଦର ଥାନାକୁ ଆସିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଚାନ୍ଦବାଲି ପୁଲିସକୁ ହସ୍ତାନ୍ତର କରିଛି। ଘଟଣା ଚାନ୍ଦବାଲି ଥାନା ଅଧୀନରେ ଘଟିଥିବାରୁ ସେଠିକାର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଓ ଅଭିଯୁକ୍ତ ଜଣକ ହେଉଛନ୍ତି ସଦର ଥାନା ତୁଣୁପୁର ଗ୍ରାମର। ସେମାନେ ସା˚ଗ ହୋଇ ପିକଅପ୍‌ ଭ୍ୟାନ୍‌ରେ ଚାଉଳ ନେଇ ବାରିପଦା ଯାଇଥିଲେ। ସେଠାରେ ଚାଉଳ ଖାଲି କରି ଫେରିବା ବେଳେ ସ˚ପର୍କୀୟ ପୁତୁରା କୁହାଯାଉଥିବା ଗାଡ଼ି ଚାଳକ ରତନ ଦାସ ଓରଫ୍‌ ବନୁଆ(୩୭) ଦାଦା ବାବୁଲି ଦାସ(୫୫)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବାବୁଲିଙ୍କ ଝିଅ ଏହି ଅଭିଯୋଗ କରିବାକୁ ସଦର ଥାନାକୁ ଆସିଥିବା ବେଳେ ଅଭିଯୁକ୍ତ ରତନ ବି ତାଙ୍କ ସହିତ ଆହତ ଅବସ୍ଥାରେ ଆସିଥିଲେ। ହେଲେ ଅଭିଯୋଗ ଶୁଣିବା ପରେ ସନ୍ଦେହ ହେବାରୁ ରତନଙ୍କୁ ଅଟକ ରଖାଯାଇଥିଲା ବୋଲି ସଦର ଥାନାଧିକାରୀ ପବିତ୍ର ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe