ପାରିବାରିକ କଳହରୁ ମାହାଙ୍ଗାରେ ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କଲା ସାନ: ଏସ୍‌ପି

ପାରିବାରିକ କଳହରୁ ମାହାଙ୍ଗାରେ ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କଲା ସାନ: ଏସ୍‌ପି

କଟକ: ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ହୋଇଥିବା ନାରକୀୟ ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାରିବାରିକ କଳହ ହେତୁ ବଡ଼ଭାଇର ପୂରା ପରିବାରକୁ ନିଶ୍ଚିହ୍ନ କରିଦେଇଛି ସାନଭାଇ। କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର ପ୍ରାଥମିକ ତଦନ୍ତ ପରେ ଘଟଣା ସଂପର୍କରେ ପ୍ରତିକ୍ରିୟା ଦେଇଛନ୍ତି। ଏସ୍‌ପି କହିଛନ୍ତି, ପାରିବାରିକ କଳହକୁ କେନ୍ଦ୍ରକରି ମାହାଙ୍ଗାରେ ହତ୍ୟାକାଣ୍ଡ ହୋଇଛି । ବଡଭାଇର ପରିବାରର ସମସ୍ତ ସଦସ୍ୟଙ୍କୁ ହାଣି ହତ୍ୟା କରିଛି ସାନଭାଇ । ନୃଶଂସ ଭାବେ କଟୁରୀରେ ହାଣି  ସାନଭାଇ ହତ୍ୟାକାଣ୍ଡ କରିଛି । ପୁଲିସ ସୂତ୍ର ଅନୁସାରେ ମୃତକମାନେ ହେଲେ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା, ବଡ଼ପୁଅ ସ୍ମୁତି ସାହିଲ, ସାନପୁଅ ସ୍ମୁତି ସୌରଭ ଓ ଝିଅ ସ୍ମୃତି ସନ୍ଧ୍ୟା। ସାଇଣ୍ଟିଫିକ ଟିମ ଓ ପୁଲିସକୁ ଘଟଣାସ୍ଥଳରୁ ପାରିପାର୍ଶ୍ବିକ ପ୍ରମାଣ ମିଳିଛି ।

publive-image

publive-image ଅଭିଯୁକ୍ତ ଶିବ ପ୍ରସାଦ ସାହୁ

ସୂଚନାଯୋଗ୍ୟ, ଆଜି ପାଖାପାଖି ମଧ୍ୟାହ୍ଣ ୧୨ଟା ସମୟରେ କୁସୁପୁରର ଶିବ ପ୍ରସାଦ ସାହୁ (୪୪) ତାଙ୍କର ବଡ଼ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ଓ ୩ ଜଣ ପୁଅ-ଝିଅଙ୍କୁ ହତ୍ୟା କରିଥିଲା। ଏହାପରେ ସେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯିବା ପୂର୍ବରୁ ଏକ ଭିଡିଓ ଜରିଆରେ ଏକଥାକୁ ସ୍ବୀକାର କରିଥିଲା। ଏଥିରେ ଅଭିଯୁକ୍ତ କହିଛି -‘‘ବଡ଼ଭାଇ ଓ ତାଙ୍କ ପରିବାର ମ‌ତେ ଗତକାଲି ପିଟିଥିଲେ। ଏଥିରେ ମୁଁ ନିଜର ମାନସିକ ଭାରସାମ୍ୟ ହରାଇ ବଡ଼ଭାଇ ପରିବାରର ୫ ଜଣଙ୍କୁ ଜୀବନରୁ ମାରିଦେଇଛି । ବଡ଼ଭାଇ, ଭାଉଜ, ଗୋଟିଏ ଝିଆରୀ ଓ ଦୁଇ ପୁତୁରାଙ୍କୁ ହତ୍ୟା କରିଛି। ବଡ଼ଭାଇ ପୈତୃକ ସମ୍ପତ୍ତି ଦେଲା ନାହିଁ, ମାନସିକ ନିର୍ଯାତନାର ଶିକାର ହେବା ସହିତ ଭଡ଼ାଘରେ ରହୁଥିଲି। ଶେଷରେ ସମସ୍ତଙ୍କୁ ମାରିଦେଇଛି। ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଛି। ଆଇନ ଯାହା ଦଣ୍ଡ ଦେବ, ତାହାକୁ ଗ୍ରହଣ କରିବି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe