ପୁଡ଼ାପରା ଗାଁରେ ହତ୍ୟାକାଣ୍ଡ, ଗୋଡ଼ାଇ ଗୋଡ଼ାଇ ମାରିଲେ

Advertisment
ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ଧମା : ଧମା ଥାନା ପୁଡ଼ାପରା ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଛି। ମୃତକ ଜଣକ ହେଉଛନ୍ତି ପୁଡ଼ାପରା ଗାଁର ନେପାଳ ପୋଢ଼ ଓରଫ୍‌ ଡାକ୍ତର(୫୦)।

ମିଳିଥିବା ସୂଚନା ଅନୁଯାୟୀ, ନେପାଳ ଓ ତାଙ୍କ ଜ୍ବାଇଁ ବିଲକୁ ସାର ପକାଇବାକୁ ଯାଉଥିଲେ। ଜ୍ବାଇଁ ଟିକେ ପଛରେ ରହିଯାଇଥିଲେ। ଗାଁ ଠାରୁ କିଛି ଦୂରରେ ବିଲକୁ ଯିବା ବାଟରେ କିଛି ଯୁବକ ନେପାଳଙ୍କୁ ଏକା ପାଇ ଅଟକାଇ ଗାଳିଗୁଲଜ କରିଥିଲେ। ପରେ ସେମାନେ ନେପାଳଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରା ମାଡ଼ କରିଥିଲେ। ଏ ନେଇ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନେପାଳଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବୁର୍ଲା ପଠାଇଛି। ଅନ୍ୟପଟେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe