ସମ୍ପତ୍ତି ଲୋଭରେ ଶାଳୀକୁ ପିଟି ହତ୍ୟା

Advertisment
ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

bbc

ରାଇରଙ୍ଗପୁର: ତିରିଂ ଥାନା ଜିରାଇ ଗ୍ରାମ ନିକଟସ୍ଥ ବାରୁଡୁଙ୍ଗୁରି ପଡ଼ିଆରେ କ୍ଷତାକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ହତ୍ୟା ଅଭିଯୋଗରେ ଭିଣୋଇ ସମେତ ୪ ଜଣଙ୍କୁ ଗିରଫ କରିଛି।

ତିରିଂ ଥାନା ଦେଓଗାମ ଗ୍ରାମର ଗଙ୍ଗାଧର ବାଇପାଇ ପଡ଼ୋଶୀ ଝାଡ଼ଖଣ୍ଡ ମାଂଝାରି ଥାନା ବନାବିରା ଗ୍ରାମରୁ ବିବାହ କରିଥିଲେ। ଶାଳୀ ତୁଳସୀ ସାମାଡ଼ ପରିବାର ସଦସ୍ୟ ଭାବେ ରହୁଥିଲେ। ଝାଡ଼ଖଣ୍ଡ ଅଞ୍ଚଳରେ କୁଜୁ ନାମକ ଏକ ବୃହତ ନଦୀବନ୍ଧ ନିର୍ମାଣ ଚାଲିଛି। ବିସ୍ଥାପିତ ଓ ବୁଡ଼ି ଅଞ୍ଚଳରେ ଭିତରେ ବନାବିରା ଗ୍ରାମ ଯାଉଥିବାରୁ ଶ୍ବଶୁର ଘର ଲୋକ ଜମି ବାବଦରେ ସରକାରଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ପାଇଛନ୍ତି। ସମ୍ପତ୍ତି ଲୋଭରେ ଗଙ୍ଗାଧର ଶାଳୀକୁ ନିଜ ଘରେ ରଖି ଦ୍ୱିତୀୟ ସ୍ତ୍ରୀ କରିବାକୁ ଚେଷ୍ଟା ଚଳାଇ ବିଫଳ ହୋଇଥିଲେ। ଏହାରି ଭିତରେ ତୁଳସୀ ଏକାଧିକ ଯୁବ ବନ୍ଧୁ ଆପଣେଇଥିଲା। ଏହା ଜାଣି ପାରି ଭିଣୋଇ ଗଙ୍ଗାଧର ଶାଳୀ ତୁଳସୀକୁ କାହାରି ସହିତ ନ ମିଶିବାକୁ ତାଗିଦ କରିଥିଲେ। ଘଟଣା ଦିନ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀ ଉଭୟ ତୁଳସୀକୁ ଘରେ ଛାଡ଼ି ବଡନାରାଣୀ ଗ୍ରାମକୁ ବ୍ୟବସାୟ ପାଇଁ ଯାଇଥିଲେ। ଏହି ସମୟରେ ଘରେ ଜଣେ ପୁରୁଷ ବନ୍ଧୁ ସହିତ ତୁଳସୀ ଥିବା ସୂଚନା ପାଇ ଘରକୁ ଫେରି ଆସିଥିଲେ ଗଙ୍ଗାଧର। ଘର ଭିତରେ ପୁରୁଷବନ୍ଧୁ ଓ ଶାଳୀ ତୁଳସୀକୁ ଦେଖି ଏକ କାଠ ଫାଳିଆରେ ତୁଳସୀକୁ ପିଟିବାରୁ ତୁଳସୀ ସେହିଠାରେ ଟଳି ପଡିଥିଲା। ପରେ ତା’ ମୁଣ୍ଡରେ ପଥର ଛେଚି ଦେଇଥିଲା ଗଙ୍ଗାଧର। ହତ୍ୟାକାଣ୍ଡକୁ ଲୁଚାଇବାକୁ ଯାଇ ପଡ଼ୋଶୀ ବଡ଼ନାରାଣୀ ଗ୍ରାମର ସିଙ୍ଗରାଇ ଟୁଡୁ, କୈଳାସ ବେଶ୍ରା ଓ ସାନନାରାଣୀ ଗ୍ରାମର ଜଗମୋହନ ଟୁଡୁଙ୍କୁ ଡାକି ଶବ ପଡ଼ିଆରେ ପକାଇ ଦେଇଥିଲେ। ଏ ନେଇ ତିରିଂ ଥାନା କେସ୍‌ ନଂ ୮୩/୨୨ରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଆଜି ପୁଲିସ ହତ୍ୟାକାରୀ ଭିଣୋଇ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe