ଜମି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ; ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ, ପୁତୁରା ଗୁରୁତର

Advertisment
ଜମି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ; ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ, ପୁତୁରା ଗୁରୁତର

ରିଆମାଳ: ଦେବଗଡ ଜିଲା ରିଆମାଳ ବ୍ଲକ କୁଣ୍ଢେଈଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ଘରର ଜମିଜମା ଭାଗ ବଣ୍ଟା ବିବାଦକୁ ନେଇ  ଜଣେ ଦିଅର ଉତ୍ୟକ୍ତ ହୋଇ ଏକ  ଟାଙ୍ଗିଆ ଆକ୍ରମଣ କରିବାରୁ ଭାଉଜର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ତୁଙ୍ଗାମାଳ ଗ୍ରାମର ଜଗବନ୍ଧୁ ସାହୁ ଓ ହାଡିବନ୍ଧୁ ସାହୁଙ୍କ ମଧ୍ୟରେ ପୈତୃକ ଜମିଜମା ଭଗବଣ୍ଟାକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା। ଗୁରୁବାର ରାତ୍ରିରେ ଉକ୍ତ ଘଟଣାକୁ କେନ୍ଦ୍ର କରି ପୁଣି ଥରେ ବିବାଦ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ହାଡିବନ୍ଧୁ ଏକ ଟାଙ୍ଗିଆରେ ଭାଉଜ ଗୋଲାପ ସାହୁ (୬୧)ଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ଗୋଲାପଙ୍କ ପୁଅ ସନ୍ତୋଷ ସାହୁ (୩୫) ମା’ଙ୍କୁ ରକ୍ଷା କରିବା ପାଇଁ ଆସିବା ବେଳେ ହାଡିବନ୍ଧୁ ସନ୍ତୋଷଙ୍କୁ ମଧ୍ୟ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ପାଖ ପଡୋଶୀ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛେଣ୍ଡିପଦା ଡାକ୍ତରଖାନାକୁ ନେଇଥିଲେ।

ବାଟରେ ଗୋଲାପଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ତୋଷ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏନେଇ ସନ୍ତୋଷଙ୍କ ସ୍ତ୍ରୀ ତଥା ମୃତାଙ୍କ ବୋହୂ ବୀନତି ସାହୁ ଆଜି କୁଣ୍ଡେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତାଙ୍କ ବୋହୂଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି କରିଛି। ପରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଭାରପ୍ରାପ୍ତ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଅଭିଯୁକ୍ତ ହାଡିବନ୍ଧୁଙ୍କୁ ଗିରଫ କରାଯାଇଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe