DNA India
ସୋନପୁର/ଖାରୀ : ସୋନପୁର ଥାନା ବିଶିମୁଣ୍ଡା ମୁର୍ଗାବାରିରେ ଏକ ଆଶ୍ରମ କରି ରହୁଥିବା ବାବା କୃଷ୍ଣଚନ୍ଦ୍ର ଦାଶ ଓରଫ କହ୍ନେଇବାବାଙ୍କୁ ଗଳା କାଟି ନିର୍ମମ ହତ୍ୟା କରାଯାଇଛି। ଆଶ୍ରମ କାମ ଚାଲିଥିବାରୁ ସେଠାରେ କାମ କରୁଥିବା ଜଣେ ମିସ୍ତ୍ରୀ ସୋମବାର ସକାଳୁ ଯାଇ ଦେଖିବାରୁ ବାବା କୃଷ୍ଣଚନ୍ଦ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ଦେହ ବାରଣ୍ଡାରେ ପଡ଼ିଥିଲା। ଏହାପରେ ସେ ପୁଲିସକୁ ଖବର ଦେବା ପରେ ଅତିରିକ୍ତ ଏସ୍ପି ଉତ୍କଳକେଶରୀ ଦାଶ, ଡିଏସ୍ପି ସତ୍ୟଜିତ ମିଶ୍ର, ସୋନପୁର ଏସ୍ଡିପିଓ ପୁଷ୍ପାଞ୍ଜଳି ନେଙ୍ଗୀ, ସୋନପୁର ଆଇଆଇସି ପୁଷ୍ପେନ୍ଦୁ ସାଗର, ହରଡ଼ଖୋଲ ଫାଣ୍ଡି ଅଧିକାରୀ ଧନେଶ୍ବର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ବାବା କୃଷ୍ଣଚନ୍ଦ୍ରଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ। ଏ ସଂକ୍ରାନ୍ତରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଚଳାଇଛି।
Follow Us