ଜମିବାଡ଼ି ବିବାଦରୁ ସମ୍ପର୍କୀୟ ଭାଇକୁ ହତ୍ୟା

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା

DNA India

ଚମ୍ପୁଆ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ଗ୍ରାମରେ ଜଣେ ଯୁବକ ନିଜ ବଡ଼ବାପା ପୁଅ ଭାଇକୁ ହତ୍ୟା କରିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଦନ୍ଦ ମୁଣ୍ଡା (୪୫)। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଶମ୍ଭୁ ମୁଣ୍ଡାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଦନ୍ଦ ଓ ଶମ୍ଭୁଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ିକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା। ଶନିବାର ସକାଳେ ମଧ୍ୟ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସନ୍ଧ୍ୟାରେ ଶମ୍ଭୁ କାମରୁ ଆସି ଘରେ ଖାଉଥିଲେ। ଏହି ସମୟରେ ପହଞ୍ଚିଥିଲେ ଦନ୍ଦ। ଉଭୟଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶମ୍ଭୁ ଏକ ଠେଙ୍ଗାରେ ଦନ୍ଦଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ଖବର ଲେଖାଯିବା ବେଳକୁ ଚମ୍ପୁଆ ଏସ୍‌ଡିପିଓ ରାମରାୟ ମୁର୍ମୁ ସଦଳବଳ ପହଞ୍ଚି ଶବ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe