ପଥରରେ ଛେଚି ମଦ ବ୍ୟବସାୟୀଙ୍କୁ ହତ୍ୟା

Advertisment

ଡ୍ରାଇଭର୍‌ ପରବର୍ତ୍ତୀ ଲକ୍ଷ୍ୟ ବୋଲି ରକ୍ତରେ ଲେଖିଲେ, ଘଟଣାକୁ ନେଇ ଉତ୍ତେଜନା, ୪ ଅଟକ

ଡ୍ରାଇଭର୍‌ ପରବର୍ତ୍ତୀ ଲକ୍ଷ୍ୟ ବୋଲି ରକ୍ତରେ ଲେଖିଲେ, ଘଟଣାକୁ ନେଇ ଉତ୍ତେଜନା, ୪ ଅଟକ

ପଥରରେ ଛେଚି ମଦ ବ୍ୟବସାୟୀଙ୍କୁ ହତ୍ୟା

new indian express

ପୁରୁଷୋତ୍ତମପୁର : ଗଞ୍ଜାମରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ପଥରରେ ଛେଚି ଜଣେ ମଦ ବ୍ୟବସାୟୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଖାଲି ଏତିକି ନୁହେଁ, ଆଉ ଜଣଙ୍କୁ ହତ୍ୟା କରାଯିବ ବୋଲି ରକ୍ତରେ ଲେଖିଛନ୍ତି। ଚଟାଣରେ ବହି ଯାଇଥିବା ମୃତକଙ୍କ ରକ୍ତରେ ଲେଖିଛନ୍ତି, ‘ନେକ୍ସ୍‌ଟ୍ ଟାର୍ଗେଟ୍ ଡ୍ରାଇଭର୍ ଗୌଡ଼।’ ଏହି ଘଟଣା ପୁଲିସ୍‌ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ତାହା ଚାଞ୍ଚଲ୍ୟ ଖେଳାଇ ଦେଇଛି।

publive-image

ମୃତ ବ୍ୟକ୍ତି ହେଲେ, ବିନାୟକ ପ୍ରଧାନ (୪୭)। ଗତକାଲି ରାତିରେ ଗଣେଶ ମେଢ଼ ବିସର୍ଜନ କରାଯାଉଥିବାବେଳେ ଚିଙ୍ଗୁଡ଼ିଘାଇ ଗ୍ରାମର ବିନାୟକ ଠାକୁରାଣୀ ମନ୍ଦିର ନିକଟ କୋଠଘରେ ଶୋଇଥିଲେ। ଆଉ ସେଠାରେ ତାଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ କୋଠଘରଠୁ କିଛିଦୂର ବଡ଼ସାହି ଛକରେ ପଟୁଆରକୁ ରଖାଯାଇଥିଲା। ପ୍ରାୟ ଅଧଘଣ୍ଟା କାଳ ଯୁବକମାନେ ଡିଜେର ସାଉଣ୍ଡ୍‌କୁ ବଢ଼ାଇ ନାଚିଥିଲେ। ଏହାପରେ ଆକ୍ରମଣକାରୀମାନେ କୋଠଘର ଭିତରକୁ ଯାଇ ଶୋଇଥିବା ଅବସ୍ଥାରେ ହିଁ ବିନାୟକଙ୍କ ମୁଣ୍ଡ ଉପରେ ଦୁଇଟି ପଥର ଛେଚିଦେଇଥିଲେ ଏବଂ ନିର୍ମମ ଭାବେ ହତ୍ୟା କରିଥିଲେ। ଆଉ ତାଙ୍କ ରକ୍ତରେ ଇଂରାଜୀରେ ‘ନେକ୍ସ୍‌ଟ୍ ଟାର୍ଗେଟ୍ ଡ୍ରାଇଭର୍ ଗୌଡ଼’ ବୋଲି ଲେଖି ଦେଇଥିଲେ। ଏହିଭଳି ଏକ ବୀଭତ୍ସ କାଣ୍ଡ ଘଟାଇବା ପରେ ହତ୍ୟାକାରୀମାନେ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପରେ ରାତିରେ ଭୋଜି ହୋଇଥିଲା। ହଣ୍ଡାହାଣ୍ଡି ଧୋଇବାକୁ କିଛିଲୋକ ଉକ୍ତ ରାସ୍ତା ଦେଇ ପୋଖରୀକୁ ଯାଉଥିବାବେଳେ ଘଟଣା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମଧ୍ୟରାତ୍ରରେ ହିଁ ୩ ଜଣଙ୍କୁ ଉଠାଇ ଥାନାକୁ ଆଣିଥିଲା। ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସଦଳବଳ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ, ବିନାୟକଙ୍କ ମଦ କାଉଣ୍ଟରରେ ସେଲସମ୍ୟାନ୍ ଭାବେ କାମ କରୁଥିବା ଡ୍ରାଇଭର୍‌ଙ୍କୁ କେଉଁ କାରଣରୁ ହତ୍ୟାକାରୀ ମାନେ ଟାର୍ଗେଟ୍ କରିଛନ୍ତି। ଏହାକୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।ମଦ ବ୍ୟବସାୟ କିମ୍ବା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe